ସେବା ସଂକଳ୍ପ ଅଭିଯାନ: ଯୁବମୋର୍ଚ୍ଚାର ରକ୍ତଦାନ ଶିବିରରୁ ୧୧୨ ୟୁନିଟ୍ ରକ୍ତ ସଂଗ୍ରହ, ୨୦୦ରୁ ଊର୍ଦ୍ଧ୍ୱଙ୍କ ଚକ୍ଷୁ ପରୀକ୍ଷା
ବ୍ରହ୍ମପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସେବା ତଥା ସୁଶାସନର ବାର୍ତ୍ତାକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ’ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସେବା ଭାରତୀ ସମେତ ବିଜେପି ଯୁବମୋର୍ଚ୍ଚାର ଗେଟ୍ ବଜାର ଓ ଗାନ୍ଧୀନଗର ମଣ୍ଡଳର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଓ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ଗେଟ୍ ବଜାର ଛକସ୍ଥିତ ମା’ କୁଠାରୀ ଦେବୀ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବି. ରବି ରାଓ ଏହି ଶିବିରର ନେତୃତ୍ୱ ନେଇଥିଲେ।
ଦିନବ୍ୟାପୀ ଚାଲିଥିବା ଏହି ଶିବିରରୁ ମୋଟ ୧୧୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଉଚିତ ପରାମର୍ଶ ଦିଆଯାଇଥିଲା। ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିବା ବେଳେ ଏଲ୍.ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞ ଟିମ୍ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା ସେବା ଯୋଗାଇ ଦେଇଥିଲେ।
ଏହି ସେବା କାର୍ଯ୍ୟକ୍ରମରେ ମହନ୍ତ ଚିନ୍ମୟାନନ୍ଦ ଦାସ, ଗଞ୍ଜାମ ଜିଲ୍ଲା ସଂଘଚାଳକ ଭଗବାନ ତ୍ରିପାଠୀ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତୁତୁନ୍ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି. ସୋମନାଥ ପାତ୍ର, ବରିଷ୍ଠ ନେତା ସୁନୀଲ କୁମାର ସାହୁ, ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଗୋପୀନାଥ ମହାରଣା ଓ କୃଷ୍ଣଚନ୍ଦ୍ର ପୋଲାଈ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ସମ୍ପାଦକ ଅମର ସାହୁ, ସୁମନ ରାଉଳ, କାର୍ଯ୍ୟକାରିଣୀ ସଦସ୍ୟ ଶୀତଲ ଜେନା, ଶିରିଡ଼ି ବିକ୍ରମ, ରାହୁଲ ସାହୁ, ଲିଙ୍ଗରାଜ ସାହୁ, କମଲ୍ ପାତ୍ର, ମଣ୍ଡଳ ସଭାପତି ରଜତ ପାତ୍ର, ରୋହନ ପାତ୍ର, ପୂର୍ବତନ ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ, ଏସ୍. ଶ୍ରୀନିବାସ, ସରୋଜ ପାତ୍ର, ବରିଷ୍ଠ ନେତ୍ରୀ ଏସ୍. ରାଣୀଙ୍କ ସମେତ ପ୍ରଦୀପ ସାହୁ, ଚିନୁ ଡାକୁଆ, ଶଙ୍କର ମହାପାତ୍ର, ଗଜେନ୍ଦ୍ର ଚୌଧୁରୀ, ସନ୍ତୋଷ ପଟ୍ଟନାୟକ, ତ୍ରିନାଥ ମହାପାତ୍ର ଓ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।
