ଚମକିଲେ ଠେଲା ଦୋକାନୀଙ୍କ ପୁଅ : ଜିତିଲେ ବକ୍ସିଙ୍ଗ ରେ ବ୍ରୋଞ୍ଜ…

add-all

ଚିକିଟି : ଗଞ୍ଜାମ ଜ଼ୀଲ୍ଲା ଚିକିଟି ବ୍ଲକ ଧାନଘର ସ୍ଥିତ ଏକ ଠେଲା ଜଳଖିଆ ଦୋକାନୀଙ୍କ ପୁଅ ବକ୍ସିଙ୍ଗ ରେ ଗୋଆରୁ ବ୍ରୋଞ୍ଜ ପଦକ ଜିତି ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି l ସୂଚନା ପ୍ରକାରେ ଧାନଘର କବିରାଜ ସାହୁଙ୍କ ପୁତ୍ର ତନ୍ମୟ ସାହୁ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ନେସନଲ ୟଥ ଆଣ୍ଡ ସ୍ପୋର୍ଟ ଏଜୁକେସନ ଫେଡେରେସନ ତରଫରୁ ନଭେମ୍ବର 2021 ର 27ରୁ29 ତା ପର୍ଯ୍ୟନ୍ତ ଅନୁଷ୍ଠିତ ବକ୍ସିଂ ପ୍ରତିଯୋଗିତା ରେ ଚିକିଟିର ଦୁଇ ଜଣ ଛାତ୍ର ତନ୍ମୟ, ଚିନ୍ମୟ ଗଆ ମଡ଼ଗାଁଓ ସ୍ଥିତ ଦମଦାର ନାଇଖଲ ନେହୁରୁ ଷ୍ଟାଡିୟମରେ ଯୋଗ ଦେଇ ସେଠାରେ ବ୍ରଞ୍ଜ ପଦକ ହାସଲ କରିଥିଲେ l ସେହିପରି ପୁଣି ଜାନୁୟାରୀ 2022 ମସିହା28 ରୁ 30 ପର୍ଯ୍ୟନ୍ତ ଅନୁଷ୍ଠିତ ବକ୍ସିଂ ପ୍ରତିଯୋଗିତା ଗୋଆ ର ମଡ଼ଗାଁମଂ ରେ ହୋଇଥିବା ବେଳେ ତନ୍ମୟ ଜଣେ ଚୟନ ହୋଇ ଯାଇ ଖେଳି ତାଙ୍କ ପ୍ରତିଦ୍ବନ୍ଦିଙ୍କୁ ଶୋଚନୀୟ ଭାବରେ ପରାସ୍ତ କରି ପୁଣି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l ଏହା ବ୍ୟତୀତ ସେ ନେସନlଲ ୟଥ ଅଲମ୍ପିକ ରୁରlଲ ଗେମ ଫେଡ୍ରେସନ ତରଫରୁ ସୁନ୍ଦରଗଡ଼ ଠାରେ ମଧ୍ୟ ବକ୍ସିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ପଦକ ହାସଲ କରିଛନ୍ତି l ପିଲାଟି ଏକ ଗରିବ ପରିବାର ହୋଇ ମଧ୍ୟ ବାପାଙ୍କ ଠେଲା ଜଳଖିଆ ଦୋକାନରେ ମଧ୍ୟାନ ପର୍ଯ୍ୟନ୍ତ ସାହାର୍ଯ୍ୟ କରି ପରିବାର ପରିପୋଷଣ କରିଆସୁଛନ୍ତି। ଏପରି ସ୍ଥଳେ ନିଜ଼ର ଲୁକାୟତ ପ୍ରତିଭାକୁ ବିକଶିତ କରି ସକ୍ଷମ ହୋଇଥିବା ତନ୍ମୟ ଚିକିଟି ଅଂଚଳ ସକାଶେ ଗର୍ବ ଗୋୖରବ ଅଟେ l ଏମାନଙ୍କ କୋଚ ପ୍ରୋମାଦ କୁମାର ଅପଟ ,ସଚ୍ଚିଦାନନ୍ଦ ଦାସ ଅପ୍ରାଣ ଚେଷ୍ଟା ବଳରେ ଏକ ଗରିବ ଗାଉଁଲି ଛାତ୍ର ତାର ପ୍ରତିଭାର ବିକଶିତ କରିବାରେ ସକ୍ଷମ ହୋଇ ପରିଥିବାରୁ ପରିବାର ଳୋକେ ଓ ଅଂଚଳ ବାସୀ ଗୁରୁ ଦ୍ୱୟଙ୍କୁ ପ୍ରଶଂସା କରିଛନ୍ତି l ଏପରି ପ୍ରତିଭା କୁ ଯଦି କ୍ରୀଡା ବିଭାଗ ତରଫରୁ ସହାୟତର ହାତ ବଢିବ ତେବେ ଉକ୍ତ ଉଦୟବlନ ପ୍ରତିଭା ବିକଶିତ ହୋଇ ପାରିବ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି l ଆର୍ଥିକ ସଙ୍କଟ ଯୋଗୁଁ ଛାତ୍ରଟି ଅନେକ ଜାଗାରେ ହେଉଥିବା ପ୍ରତିଯୋଗିତା ରେ ଭାଗ ନେବାରେ ସକ୍ଷମ ହେଉ ପାରୁନଥିବା ପ୍ରକାଶ କରିଥିବା ବେଳେ ଏ ନେଇ ପିତା ନିଜ ସକ୍ଷମ ଅନୁସାରେ ସହଯୋଗ ଛଡା ଅନ୍ୟ କିଛି କରିପାରୁନଥିବା କହିଛନ୍ତି। ପିଲାଟିକୁ ଯଦି ପ୍ରଶାସନ ତରଫରୁ ସହାୟତର ହାତ ରହିବ ତେବେ ଏହି ପିଲାଟି ଅଂଚଳର ଗୋୖରବ ଆହୁରି ବଢ଼ାଇ ପାରିବ ବୋଲି ବହୁ କ୍ରୀଡ଼ାବିତମାନେ ମଧ୍ୟ ମତ ଦେଉଛନ୍ତି l

ad-week
Leave A Reply

Your email address will not be published.