ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରାମନାଗୁଡା ବ୍ଲକ ନିକଟସ୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପାର୍ଶ୍ଵରେ ଥିବା ଏସବିଆଇ ଏଟିଏମରୁ ଭୋର ୬ଘଣ୍ଟା ସମୟରେ ଏଟିଏମରୁ କବାଟ ତାଲା ଭାଙ୍ଗି ଲୁଟେରାମାନେ ୬ବ୍ୟାଟେରୀ ଲୁଟି ନେଇଥିବା ଜଣାପଡ଼ିଛି।ସୂଚନା ପ୍ରକାଶ ଭୋର ସକାଳୁ ୬ଘଣ୍ଟା ସମୟରେ ଲୁଟେରା ମାନେ ଏକ ଧଳାରଙ୍ଗର ପିକଅପ ଗାଡ଼ିରେ ଆସି ପ୍ରାତଃ ୬.୩୦ମିନିଟ ସମୟରେ ୬ଟି ବ୍ୟାଟେରୀ ଚୋରି କରି ନେଇଥିବା କହିଛନ୍ତି।ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଅନୁଧ୍ୟାନ ସେହି ସମୟରେ ଦୃଶ୍ୟମାନ ହେଉଥିବା ବେଳେ ଦୁବୁର୍ତ୍ତମାନେ ମାସ୍କ ପିନ୍ଧିବା ସହ ମୁଖା ପିନ୍ଧିଥିବାରୁ ସ୍ପଷ୍ଟ ଚିତ୍ର ଦୃଶ୍ୟମାନ ହେଉଥିବା ଜଣାପଡିଛି। ଘଟଣାକୁ ନେଇ ଏନେଇ ଆଖପାଖ ସାହି ପଡିଶା ଲୋକେ ଏହାକୁ ନେଇ କେହି କିଛି ଜାଣିନଥିବା କହିଛନ୍ତି।ତେବେ ଖବରପାଇ ରାମନାଗୁଡା ଫାଣ୍ଡି ଅଧିକାରୀ ପୃଥିରାଜ ଝାଙ୍କର ଘଟଣାସ୍ଥଳରେ ପହଂଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହିତ ବ୍ୟାଙ୍କ ଲାଗିଥିବା ସିସିଟିଭି ଫୁଟେଜକୁ ନେଈ ତଦନ୍ତ ଜାରି ରହିଥିବା କହିଛନ୍ତି।ଏନେଇ ଖବର ଲେଖାହେବା ପର୍ଯ୍ୟନ୍ତ କୈଣସି ମାମାଲା ରୁଜୁ ହୋଇନଥିବା ଜଣାପଡିଛି।ଦୀର୍ଘ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଚୋରି କମିଥିବା ବେଳେ ଏବେ ପୁଣି ଲୁଟେରା ସକ୍ରିୟ ଥିବା ଜଣାପଡିଛି।।
