(ଗୋପବନ୍ଧୁ ପାର୍କରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ)
“ମନୁଷ୍ୟ ଜୀବନର ମହତ୍ତ୍ବ କେବଳ ନିଜ ପାଇଁ ବଞ୍ଚିବାରେ ନୁହେଁ, ବରଂ ଅନ୍ୟର ହିତ ସାଧନ ଏବଂ ଦେଶସେବାରେ ନିଜକୁ ଉତ୍ସର୍ଗ କରିବାରେ ହିଁ ନିହିତ ଅଛି।”
— ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ
କୋରାପୁଟ : ଓଡ଼ିଶାର ଅମର ସନ୍ତାନ, ମହାନ ଜନନାୟକ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ କୋରାପୁଟ ଜିଲ୍ଲାରେ ବେଶ୍ ଉତ୍ସାହ ଓ ଭକ୍ତିପୂତ ପରିବେଶରେ ପାଳିତ ହୋଇଯାଇଛି।
ଏହି ଅବସରରେ କୋରାପୁଟସ୍ଥିତ ଗୋପବନ୍ଧୁ ପାର୍କରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଅତିଥିମାନେ ଯୋଗଦେଇ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଆୟୋଜିତ ସ୍ମୃତିଚାରଣ ସଭାରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍, ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା, ବିଧାୟକ ରଘୁରାମ ମାଛ ଏବଂ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ ପ୍ରମୁଖ ଉପସ୍ଥିତ ରହି ଉତ୍କଳମଣିଙ୍କ ତ୍ୟାଗପୂତ ଜୀବନ ଓ ମହାନ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଏଥିସହ ସ୍ମୃତି କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।
