କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

କୋରାପୁଟ : ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ କୋଟପାଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। କୋଟପାଡ଼ ବିଧାୟକ, ପରିଷଦ ଅଧ୍ୟକ୍ଷ ଶଙ୍କର ରାଓ, ସନ୍ଦୀପ ଧାୱନ ପ୍ରମ୍ମୁଖ ଉପସ୍ଥିତ ରହି ଶିବିରର ଶୁଭାରମ୍ଭ କରିଥିଲେ l ରକ୍ତଦାନ ଶିବିରରେ 35 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ କୋଟପାଡ଼ ସାଇ ସେବା ସମିତି ଏବଂ ହିରୋ ମୋଟରସାଇକେଲ ସୋ ରୁମର କର୍ମଚାରୀ ମାନେ ମଧ୍ୟ ରକ୍ତଦାନ ଶିବିରରେ ସାମିଲ ହୋଇଥିଲେ l


ଶିବିରକୁ ଡକ୍ଟର ବିଶ୍ୱଜିତ୍ ମଲ୍ଲିକ, ସୂର୍ଯ୍ୟକାନ୍ତ ପାଢ଼ୀ, ନରସିଂହ ସାହୁ, ପ୍ରକାଶ ଅଧିକାରି, ରାହେଲ କଦମ୍ ତଥା ସ୍ବାସ୍ଥ୍ଯ କର୍ମୀ ମାନଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା । ସାଂସଦ ପ୍ରତିନିଧି ରାମେଶ୍ୱର ଜେନା,ଏଡିସନାଲ ତହସିଲଦାର ପର୍ସୁରାମ ଭତରା,ବିଇଓ ମେଡମ, କୋଟପାଡ ମହାବିଦ୍ୟାଳୟ ଅଧ୍ୟକ୍ଷା ମେଡମ, ନିନିବାବୁ, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ,କୋଟପାଡ଼ ଶିଳ୍ପ ଏବଂ ତାଲିମ୍ କେନ୍ଦ୍ର, କୋଟପାଡ ମହାବିଦ୍ୟାଳୟ ପ୍ରାଚାର୍ଯ୍ୟ ପ୍ରମ୍ମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସlହିତ କରିଥିଲେ l

ad-week
Leave A Reply

Your email address will not be published.