ବ୍ରହ୍ମପୁରରେ ‘ସେବା ସଂକଳ୍ପ ଅଭିଯାନ – ୨୦୨୬’ ଓ ଶ୍ରମିକ ସଚେତନତା ଶିବିର

(୮୨୫ ଜଣ ହିତାଧିକାରୀଙ୍କୁ ୨ କୋଟି ୬୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ)

ବ୍ରହ୍ମପୁର : ସ୍ଥାନୀୟ ଖୋଡ଼ାଶିଙ୍ଗୀ କଲ୍ୟାଣ ମଣ୍ଡପଠାରେ ‘ସେବା ସଂକଳ୍ପ ଅଭିଯାନ – ୨୦୨୬’ ଅନ୍ତର୍ଗତ ଶ୍ରମିକ କଲ୍ୟାଣ ଓ ସାମାଜିକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ କଲ୍ୟାଣ ତଥା ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୁଗ୍ମ ଶ୍ରମ କମିଶନର ଶ୍ରୀମତୀ ସୁମିତ୍ରା ମାଝୀ, ଡିଭିଜନାଲ ଶ୍ରମ କମିଶନର ବାବୁ ଚରଣ ପାତ୍ର, ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ବର୍ଷାରାଣୀ ଜେନା, ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ପ୍ରିୟଙ୍କା ପ୍ରିୟଦର୍ଶିନୀ ଏବଂ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ମୋନାଲିସା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଡିଭିଜନାଲ ଶ୍ରମ କମିଶନର ସ୍ୱାଗତ ଭାଷଣ ପ୍ରଦାନ ସହ ଶ୍ରମିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ।

ଆଜିର ଏହି ଶିବିରରେ ବିଭିନ୍ନ ବର୍ଗର ମୋଟ ୮୨୫ ଜଣ ହିତାଧିକାରୀଙ୍କୁ ୨ କୋଟି ୬୧ ଲକ୍ଷ ୬୯ ହଜାର ୪୦୦ ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରାଯାଇଛି। ଏଥିମଧ୍ୟରେ:

  • ଶିକ୍ଷା ସହାୟତା: ୪୭୧ ଜଣ ହିତାଧିକାରୀଙ୍କୁ ୩୬ ଲକ୍ଷ ୬୯ ହଜାର ୪୦୦ ଟଙ୍କା
  • ବିବାହ ସହାୟତା: ୨୭୭ ଜଣଙ୍କୁ ୧ କୋଟି ୩୮ ଲକ୍ଷ ୫୦ ହଜାର ଟଙ୍କା
  • ମୃତ୍ୟୁ ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା: ୨୮ ଜଣଙ୍କୁ ୮୪ ଲକ୍ଷ ୪୦ ହଜାର ଟଙ୍କା
  • ପ୍ରସୂତିକାଳୀନ ସହାୟତା: ୨୧ ଜଣଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଶ୍ରମ ଜିଲ୍ଲାରେ ଅଦ୍ୟାବଧି ମୋଟ ୪,୩୦,୦୦୦ ଜଣ ନିର୍ମାଣ ଶ୍ରମିକ ଏବଂ ୪୧,୫୧୧ ଜଣ ଅଣସଂଗଠିତ ଶ୍ରମିକ ବୋର୍ଡରେ ପଞ୍ଜୀକୃତ ହୋଇଛନ୍ତି। ସେହିପରି ସାମାଜିକ ସୁରକ୍ଷା ବୋର୍ଡ ପକ୍ଷରୁ ଜିଲ୍ଲାର ୧୬୨ ଜଣଙ୍କ ପରିବାରକୁ ମୋଟ ୨ କୋଟି ୨୩ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇସାରିଛି।

ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ଶୁଭଲକ୍ଷ୍ମୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.