ଆସିକା ACMPCS ର ଜମିକୁ ଶାଗମାଛ ଦରରେ ୯୯ବର୍ଷ ଲିଜ ନେବା ପରେ କୋଟି କୋଟି ଟଙ୍କାର ଋଣ ଉଠାଇ ପୁଣି ବଡ଼ ଅଟାଳିକା କରି ସବ ଲିଜ ରେ ଦେବାକୁ ପ୍ରୟାସ…..!ମାଛ ତେଲରେ ମାଛ ଭଜା ସ୍ୱଳ୍ପ ଟଙ୍କା ରେ ଲିଜ ନେବା ପରେ ସେହି ଜମି ଉପରେ କୋଟି କୋଟି ଟଙ୍କାର ଋଣ….!

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଭାବେ ପରିଚିତ ଆସିକା। ଦୀର୍ଘ ଦଶନ୍ଧି ଧରି ଆସିକା ACMPCS ଭଲ ଲାଭରେ ଚାଲିଥିଲା।ଏସିଆ ମହାଦେଶ ରେ ନାଁ ଥିଲା ଏହି ସଂସ୍ଥା ର। କିଛି ନେତାଙ୍କ ଯୋଗୁଁ ୠଗୁଣ ଅବସ୍ଥା କୁ ଚାଲିଆସିଲା। ଏହି ଦୁର୍ଲଭ ଜମି ଉପରେ ଜମି ମାଫିଆ ମାନଙ୍କ ଲୁଲୁପ ଦୃଷ୍ଟି ପଡିଥିଲା। ଗତ ବିଜେଡ଼ି ସରକାର ସମୟରେ ତତ୍କାଳୀନ ଗଞ୍ଜାମ ଜିଲ୍ଲା ପାଳ ଅତି ତରବରିଆ ଭାବେ ଶାଗ ମାଛ ଦରରେ ୯୯ ବର୍ଷ ପାଇଁ ଲିଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେବା ନେଇ ବିଭିନ୍ନ ମହଲ ରେ ସେ ସମୟରେ ଚର୍ଚ୍ଚା ହୋଇଥିଲା। ନିର୍ବାଚନ କୁ ଆଖି ଆଗରେ ରଖି ଏହି ମୂଲ୍ୟବାନ ଜମିକୁ ଅତି ଚତୁରତା ସହ କାଗଜ ପତ୍ରରେ ଠିକ ଠାକ ଦର୍ଶାଇ ଯେଉଁ ବ୍ୟକ୍ତି ଆବେଦନ କରିଥିଲେ ସେ ବ୍ୟକ୍ତିଙ୍କୁ ହିଁ ଦିଆଗଲା ବୋଲି ଆଲୋଚନା ହେଲା। ନୂତନ ସରକାର ଆସିବା ପରେ ଏହି ମୂଲ୍ୟବାନ ଜମି ଲିଜ ସମ୍ପର୍କ ରେ ବିଧାନସଭା ରେ ଆସିକା ବିଧାୟକ ପ୍ରଶ୍ନ କଲେ ତାପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଲେ।ତାପରେ ଏହି ଜମିକୁ ନେଇ ଆସିକା ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁଠା ମୁଠା ଟଙ୍କାର ଖେଳ ହୋଇଥିବା ନେଇ ଚର୍ଚ୍ଚା ବି ହେଲା। ସରକାରୀ ଚିକିତ୍ସାଳୟ ପାଇଁ ଓ କୋର୍ଟ ସ୍ଥାନାନ୍ତର ପାଇଁ ଜମି ଚି଼ହ୍ନଟ ଆଜି ସୁଦ୍ଧା ହୋଇପାରୁନି। ACMPCS ବହୁ ମୂଲ୍ୟବାନ ଜମିକୁ ଶାଗ ମାଛ ଦରରେ ଯେଉଁ ଭଳି ବ୍ୟବସାୟୀ ଙ୍କୁ ୨ କୋଟି ୬୨ ଲକ୍ଷ ଟଙ୍କା ରେ ଦିଆଗଲା। ଜଣେ ବ୍ୟକ୍ତି ବିଶେଷ ଙ୍କୁ ତତ୍କାଳୀନ ଜିଲ୍ଲା ପାଳଙ୍କ ଏତେ ଅନୁକମ୍ପା କାହିଁକି ଦେଖାଇଲେ।ପ୍ରଥମେ କବିସୂର୍ଯ୍ୟନଗର ବିଦ୍ୟୁତ ବିଭାଗ ସବ୍ ଷ୍ଟେସନ ସାମ୍ନାରେ ଏକ ବିରାଟ ଜମି କୁ ୩୦ ବର୍ଷ ପାଇଁ ଲିଜ ଦେବା ପରେ ପୁଣି ଆସିକା ଅଞ୍ଚଳର ଅତି ମୂଲ୍ୟବାନ ACMPCS ର ଜମିକୁ ସେହି ବ୍ୟକ୍ତିଙ୍କୁ ତରବରିଆ ଭାବରେ ୯୯ ବର୍ଷ ପାଇଁ ଲିଜ ରେ ଦିଆଗଲା। ବିଧାନସଭା ରେ ପ୍ରଶ୍ନ ଉତ୍ତର ପରେ ଆସିକାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁଠା ମୁଠା ଟଙ୍କାର ଖେଳ ହେବା ସମ୍ପର୍କ ରେ ଚର୍ଚ୍ଚା ବି ହେଲା ତଦନ୍ତ ହେବ ବୋଲି ଆସିକା ବାସୀ ଚାତକ ଭଳି ଚାହିଁ ବସିଲେ ଆଜି ସୁଦ୍ଧା ଉକ୍ତ ତଦନ୍ତ ଶୀତଳ ଭଣ୍ଡାର ରେ ରହିଥିବା ଆଲୋଚନା ହେଲାଣି। କୁଆଡ଼େ ଶାଗ ମାଛ ଦରରେ ଲିଜ ନେବା ପରେ ଉକ୍ତ ଜମି ଉପରେ ବଡ଼ ଡ଼ିଲ ହୋଇ କୋଟି କୋଟି ଟଙ୍କାର ଋଣ ଉଠାଯାଇ ସେଠାରେ ବଡ଼ ବଡ଼ ଅଟାଳିକା ବର୍ତ୍ତମାନ ନିର୍ମାଣ ଚାଲିଛି। ଅଢେଇ କୋଟି ଟଙ୍କାରେ ଲିଜ ନେବା ପରେ କୋଟି କୋଟି ଟଙ୍କାର ଋଣ କରେଇ ସେଠାରେ ବାହାର ରାଜ୍ୟର ଗୋଟିଏ କମ୍ପାନୀ କୁ ପୁଣି ସବ ଲିଜ ରେ ସେଠାରେ ଅଟାଳିକା ନିର୍ମାଣ କରି ଦେବାପାଇଁ ଯୋଜନା କରାଯାଇଥିବା ଚର୍ଚ୍ଚା ହେଉଛି। ମାଛ ତେଲରେ ମାଛ ଭଜା ବୋଲି ଲୋକେ ଆଲୋଚନା କରୁଛନ୍ତି।

ad-week
Leave A Reply

Your email address will not be published.