୪ ମହିଳାଙ୍କୁ ବିବାହ କରି ନିର୍ଯାତନା ଅଭିଯୋଗ, ରସିକିଆ ସ୍ବାମୀକୁ ବାନ୍ଧିଲା ମହିଳା ଥାନା ପୋଲିସ

puja26

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜଣେ ରସିକିଆ ସ୍ୱାମୀ ଗିରଫ ହୋଇଛି, ଯିଏ ଜଣେ କି ଦୁଇ ଜଣ ନୁହେଁ ବରଂ ୪ ଜଣ ମହିଳାଙ୍କୁ ବିବାହ କରି ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋଠସାହି । ଦୁଷ୍କର୍ମ ଅଭିଯୋଗରେ କୈଳାସକୁ ଗିରଫ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ ।

ଅଭିଯୁକ୍ତ ବ୍ୟକ୍ତିଜଣକ ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ ନିଜର ପ୍ରକୃତ ପରିଚୟ ବା ପୂର୍ବ ବିବାହ ବିଷୟରେ ଲୁଚାଇ ଜଣଙ୍କ ପରେ ଜଣେ ଏମିତି ୪ ଜଣ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବିବାହ କରିଥିଲା। ବିବାହ କରିବା ପରେ ସେ ସ୍ତ୍ରୀମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ପ୍ରବଳ ନିର୍ଯାତନା ଦେଉଥିଲା। ୩୫ ବର୍ଷ ତଳେ ପ୍ରଥମେ ବିବାହ କରିଥିବା କୈଳାସ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଜଣଙ୍କ ପରେ ଜଣଙ୍କୁ ବିବାହ କରୁଥିଲା।

ଶାରୀରିକ ସମ୍ପର୍କ ରଖିବା ପରେ ଛାଡି ଚାଲିଯାଉଥିଲା। ଏପରିକି ଏକାଧିକଙ୍କୁ ଗର୍ଭବତୀ କରିବା ପରେ କଥା ଯାଇଥିଲା ଥାନାକୁ। ଆଜି କରିତକର୍ମା କୈଳାସକୁ ବାନ୍ଧିଛି ମହିଳା ଥାନା ପୋଲିସ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଭୁବନେଶ୍ୱରର ସମ୍ପୃକ୍ତ ଥାନା ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ad-week
Leave A Reply

Your email address will not be published.