’ଅର୍ଣ୍ଣବ’ ପ୍ରଭାବରେ ଚନ୍ଦ୍ରଶେଖରପୁରରେ ଭୁଶୁଡିଲା ୮୦ ଫୁଟର ତୋରଣ

puja26

ଭୁବନେଶ୍ବର : ଭୁଶୁଡ଼ିଲା ୮୦ଫୁଟ ତୋରଣ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ତୋରଣ । ଭୁବନେଶ୍ବର ଚନ୍ଦ୍ରଶେଖରପୁର କ୍ଲବ ଟାଉନରେ ଗଜଲକ୍ଷ୍ମୀଙ୍କ ତୋରଣ ଭୁଶୁଡିଲା । ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଛାଡ଼ି ଗଳିପଡିଲା ଟେଣ୍ଟ । ୮୦ଫୁଟ ତୋରଣ କରି ଚର୍ଚ୍ଚାରେ ଥିଲା କ୍ଲବ । ଏଥିରେ କେହି ଆହତ ହୋଇନଥିବା ସୂଚନା ରହିଛି ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆଜି ସକାଳୁ ବର୍ଷା ପବନ ଲାଗି ରହିଛି । ସକାଳୁ ରାଜଧାନୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଥିଲା । ଏବେ ବି ଝିପିଝିପି ବର୍ଷା ଲାଗି ରହିଛି । ତେବେ ପ୍ରବଳ ବର୍ଷା ଯୋଗୁଁ ଚନ୍ଦ୍ରଶେଖରପୁର କ୍ଲବ ଟାଉନରେ ହୋଇଥିବା ଗଜଲକ୍ଷ୍ମୀ ତୋରଣ ଭୁଶୁଡ଼ିପଡିଥିଲା । ମା’ଙ୍କ ମୂର୍ତ୍ତି ଠିକ୍ ରହିଥିବା ବେଳେ ଯେତେ ସବୁ ଟେଣ୍ଟ, ଦୋକାନ, ମେଳାର ଜିନିଷ ସବୁକିଛି ଛାରଖାର ହୋଇଛି ।

ad-week
Leave A Reply

Your email address will not be published.