ଗଞ୍ଜାମରେ ଜଳପ୍ରଳୟ: ଗାଁ ଦାଣ୍ଡରେ ପ୍ରଖର ସ୍ରୋତ, ଧାନ ଓ ପନିପାରିବା ଚାଷ କ୍ଷତିଗ୍ରସ୍ତ

puja26

ଗଞ୍ଜାମ: ଗଞ୍ଜାମରେ ଜଳପ୍ରଳୟ । ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ । ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଓ ଗଜପତି ଜିଲ୍ଲା । ତିନି ଦିନରୁ ଅଧିକ ସମୟ ଧରି ଜାରି ରହିଥିବା ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ । ବିଶେଷକରି ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ସ୍ଥିତି । ଆସିକା, ଶେରଗଡ଼, ସୋରଡ଼ା, ଧରାକୋଟ, ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକ୍ ର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଯିବାରୁ ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ । ସେପଟେ ସୀମାନ୍ତ ପାତ୍ରପୁର ଓ ଚିକିଟି ବ୍ଲକ୍ ରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିଛି । ଗାଁ ଦାଣ୍ଡରେ ପ୍ରଖର ସ୍ରୋତରେ ବହୁଛି ପାଣି । ପ୍ରବଳ ଜଳସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ପାଣିଘେରରେ ଆସ୍କା ଓ ଭଞ୍ଜନଗର :
ସହର ଭିତରେ ୬ ଫୁଟର ବନ୍ୟାଜଳ, ଲୋକେ ହନ୍ତସନ୍ତ । ବାତ୍ୟା ଅର୍ଣ୍ଣବର ଲଗାଣ ବର୍ଷା ଆସିକାକୁ ସମ୍ପୂର୍ଣ୍ଣ ଭାବେ ବୁଡ଼େଇ ଦେଇଥିବା ବେଳେ ପାଣି ଘେର ଭିତରେ ରହିଛନ୍ତି ଲୋକେ । ସହର ଭିତରେ ୧୨ ଫୁଟ ଉଚ୍ଚତାରେ ପାଣି ପ୍ରଭାଵିତ ହେଉଥିଲା । ଆଜି ପ୍ରଭାବ ଟିକେ କମିଛି । କିନ୍ତୁ ବାର୍ତ୍ତମାନ ମଧ୍ୟ ସହରରେ ୬ ରୁ ୭ ଫୁଟ ପାଣି ରହିଛି । ସେହିପରି ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି । ବନ୍ୟା ବିପନ୍ନ ଲୋକମାନଙ୍କ ପାଖରେ ରନ୍ଧା ଆଉ ଶୁଖିଲା ଖାଦ୍ୟ ପହଞ୍ଚାଇବା ସହ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଈଁ ୮ ଟି ଟିମ୍ ମୁତୟନ ହୋଇଛନ୍ତି ।

NDRF,ODRAF ସହ ସ୍ଥାନୀୟ ଅଗ୍ନିଶମ ବାହିନୀ ଲଗାତାର ପହଞ୍ଚିବା ସହ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ମୋଟ ୪୫ ଟି ଓଡ୍ରାଫ ଟିମ ବିଭିନ୍ନ ସ୍ଥାନରେ ମୃତୟନ ହୋଇଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ୫୦ରୁ ଅଧିକ ଟିମ୍ ମୁତୟନ ହୋଇ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ବିଭିନ୍ନ ସ୍ଥାନରେ ଋଷିକୂଲ୍ୟା ନଦୀର ପାଣି ପଶିଛି । ଅନ୍ୟ ପକ୍ଷରେ ଏବେବି ଆସିକା ସହର ସମେତ ଆସିକା ବ୍ଲକର ଅନେକ ଗାଁ ପାଣି ଘେରରେ ରହିଛି । ବାତ୍ୟା ପ୍ରଭାବରେ ଧାନ ଚାଷ ଠାରୁ ଆରମ୍ଭ କରି ପନିପାରିବା ଚାଷ କ୍ଷତିଗ୍ରସ୍ତ ହୋଇଛି ।

ଭଞ୍ଜନଗରର ଲୋହରା ଖଣ୍ଡି ନଦୀରେ ପାଣି ବଢ଼ିବାରୁ ସହରର ସମସ୍ତ ତଳି ଅଞ୍ଚଳରେ ପାଣି ପଶିଛି । ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଗୁରୁବାର ରାତିରୁ ବର୍ଷା ଛାଡ଼ିଛି ହେଲେ ସହରରେ ରହିଥିବା ସମସ୍ତ ଦୋକାନ ବଜାର, ପେଟ୍ରୋଲ ପମ୍ପ୍ ଆଦି ବନ୍ୟା ଜଳରେ କ୍ଷତି ଗ୍ରସ୍ତ ହୋଇଛି । ଏବେ ମଧ୍ୟ ସହରର ବିଭିନ୍ନ ତଳି ଅଞ୍ଚଳରେ ବନ୍ୟା ପାଣି ପ୍ରଭାହିତ ହେଉଛି । ଆଜି ସନ୍ଧ୍ୟା ସୁଦ୍ଧା ପାଣି ନିଷ୍କାସନ କରାଯିବା ଲାଗି ଚେଷ୍ଟା କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.