ଅର୍ଣ୍ଣବ ପରେ ଗଞ୍ଜାମରେ ବନ୍ୟା ସ୍ଥିତି ଉତ୍କଟ: ୧୩ ସ୍ଥାନରେ ଭୂସ୍ଖଳନ, ଯାତାୟାତ ପ୍ରଭାବିତ

puja26

ଗଞ୍ଜାମ: ବାତ୍ୟା ଅର୍ଣ୍ଣବ ପରେ ବନ୍ୟା ସ୍ଥିତିରେ ଗଞ୍ଜାମ ବେହାଲ । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ବିଭିନ୍ନ ଜିଲ୍ଲାରେ ୧୩ଟି ସ୍ଥାନରେ ଭୂସ୍ଖଳନ ଘଟିଛି । କନ୍ଧମାଳ ଜିଲ୍ଲାରେ କଳିଙ୍ଗାଘାଟି, ବୋଲାଙ୍ଗିଆ, ଗଜଲବାଡ଼ି, ହାତୀମୁଣ୍ଡା, କ୍ରୁହୁବାଡ଼ା, ଡାଙ୍ଗିସିରେ ଭୂସ୍ଖଳନ ହୋଇଛି ।

ଗଜପତି ଜିଲ୍ଲାରେ ତପ୍ତପାଣି, ବଡ଼ଦେଉଳ, ବାଲିବାଡ଼ାରେ ଭୂସ୍ଖଳନ ଯୋଗୁଁ ଯାତାୟତ ପ୍ରବାହିତ ହୋଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ବାଙ୍କେଶ୍ୱରୀରେ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଛି । କୋରାପୁଟ ଜିଲ୍ଲାର ଗୌଡ଼ାବିଲା ଏବଂ ପୋଟାଙ୍ଗି ଭୂସ୍ଖଳନ ହୋଇଛି ।

ଜିଲ୍ଲାର ବହୁ ଅଂଚଳ ଏବେ ଜଳବନ୍ଦୀ । ଜଳବନ୍ଦୀ ଅଞ୍ଚଳରୁ ୭୮୪ ଜଣଙ୍କୁ ଉଦ୍ଧାର କରାଯାଇଛି। ବ୍ରହ୍ମପୁରରୁ ୩୦୩ ଜଣ, ଛତ୍ରପୁରରୁ ୩୫୯ ଜଣ, ଗଜପତିରେ ୩୧ ଜଣ, କନ୍ଧମାଳରେ ୯୧ ଜଣଙ୍କୁ ଉଦ୍ଧାର କରାଯାଇଛି । ମୋଟ ୧୦୯ଟି ସ୍ଥାନରେ ଜଳ ନିଷ୍କାସନ କରାଯାଇଛି । ୭୮ଟି ପଶୁଙ୍କୁ ଉଦ୍ଧାର କରାଯାଇଛି ।

ad-week
Leave A Reply

Your email address will not be published.