ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି, ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା

puja26

ରାଜନଗର: ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ । ବିରଳ ଅଲିଭି ରିଡେଲ କଇଁଛଙ୍କ ଏନ୍ତୁଡିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ କଟକଣା କଡାକଡି ।

ଆଜିଠାରୁ ମେ ମାସ ୩୧ ତାରିଖ ଯାଏଁ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସମ୍ପୂର୍ଣ୍ଣ ନିଷେଦ୍ଧ ଥିବାବେଳେ କଇଁଛ ଋତୁ ନିମନ୍ତେ ଧାମରା ମୁହାଁଣରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରକୂଳ ଠାରୁ ୨୦ କି.ମି. ଯାଏଁ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛ ଧରା ଉପରେ କଟକଣା ଜାରି କରାଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ଏହି ବିରଳ ଅଲିଭି ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ମାଦଳି ଠାରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଛି । ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଆଦି ୧୪ ଟି ସ୍ଥାନରେ ଟ୍ରଲର ପ୍ରୋଟେକ୍ସନ୍ କ୍ୟାମ୍ପ କରାଯିବ । ବିରଳ ଅଲିଭି ରିଡେଲ କଇଁଛଙ୍କୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କ କବଳରୁ ରକ୍ଷା କରିବା ଓ ବେଆଇନ୍ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ରଖିବା ପାଇଁ ବନବିଭାଗ ପାଟ୍ରୋଲିଂକୁ କଡାକଡି କରିବ ।

ad-week
Leave A Reply

Your email address will not be published.