
ଜାପାନ: ଜାପାନରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଜାପାନରେ ଆଜି ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଥିବା ଜଣାପଡିଛି । ଭୂକମ୍ପ ପ୍ରାୟ ସକାଳ ୩ଟା ୪୫ ମିନିଟ ସମୟରେ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଶିମାରୁ ୫୮ କିଲୋମିଟର ଗଭୀରତା ଦକ୍ଷିଣ-ଦକ୍ଷିଣ ପୂର୍ବରେ ଅନୁଭୂତ ହୋଇଥିବା ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ସୂଚନାଯୋଗ୍ୟ, ଅକ୍ଟୋବର ୨୫ ତାରିଖରେ ଜାପାନ ଭୂକମ୍ପ ହୋଇଥିଲା । ଯାହା ରିକ୍ଟର ସ୍କେଲରେ ୬.୩ ତୀବ୍ରତାର ଥିଲା । ବୋନିନ୍ ଦ୍ୱୀପପୁଞ୍ଜ ଜାପାନର ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅବସ୍ଥିତ । ଲଗାତାର ଭୂକମ୍ପ ଘଟଣାକୁ ନେଇ ଜାପାନରେ ସତର୍କତା ଓ ଚିନ୍ତା ବଢ଼ିଛି ।
