ଦ୍ବିତୀୟ ବିବାହ କଲେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

puja26

ଶ୍ରୀନଗର: ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିବା ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଦ୍ବିତୀୟ ବିବାହ କରିଛନ୍ତି। ୫୬ ବର୍ଷ ବୟସରେ ଓମାର ୪୯ ବର୍ଷୀୟା ସାମ୍ବାଦିକା ନିଧି ରାଜଦାନଙ୍କ ହାତ ଧରିଛନ୍ତି। ଦମ୍ପତି ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହା ନିଧିଙ୍କର ମଧ୍ୟ ଦ୍ବିତୀୟ ବିବାହ। ଓମାର ଶନିବାର ବିବାହର ୨ଟି ଫଟୋ ପୋଷ୍ଟ କରିଛନ୍ତି। ଗତ କାଲି ନୂଆ ପ୍ରାରମ୍ଭ ହେଲା ବୋଲି ଲେଖିଛନ୍ତି।

ସେହିପରି ‘ଇଟ୍ସ ଡୋନ ବ୍ରୋ’ ବୋଲି ନିଧି ଲେଖିଛନ୍ତି। ଏହି ବିବାହ ଉତ୍ସବରେ ଉଭୟ ପରିବାରର ଘନିଷ୍ଠ ସମ୍ପର୍କୀୟ ଓ ବନ୍ଧୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ତିନି ମାସ ତଳେ ଗତ ଜୁଲାଇ ୩୧ରେ ପ୍ରଥମ ପତ୍ନୀ ପାୟଲଙ୍କୁ ଓମାର ଛାଡ଼ପତ୍ର ଦେଇଥିଲେ। ସେହି ଦିନ ସୁପ୍ରିମକୋର୍ଟ ଏହି ଆବେଦନକୁ ମଞ୍ଜୁରୀ ଦେଇଥିଲେ। ଉଭୟେ ୩୨ ବର୍ଷ ତଳେ ବିବାହ କରିଥିଲେ। ତେବେ ୨୦୧୧ରୁ ଅଲଗା ହୋଇ ରହୁଥିଲେ। ଓମାର ଓ ପାୟଲ ସହମତିରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିବା କୋର୍ଟଙ୍କୁ ଜଣାଇ ଥିଲେ।

ad-week
Leave A Reply

Your email address will not be published.