ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନ ପ୍ରତି ପରିବାରଙ୍କୁ ୨୫୦୦ ଟଙ୍କା ୫୦ କେଜି ଚାଉଳ ଘୋଷଣା କରିଛନ୍ତି ଏହା ସତ…

କିନ୍ତୁ ଏହାର ବ୍ୟତିକ୍ରମ ଆସିକା ଅଞ୍ଚଳରେ ଦେଖିବାକୁ ମିଳୁଛି …..!

kalipuja


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ଗତ ଅର୍ଣ୍ଣବ ବାତ୍ୟା ପରେ ପ୍ରଳୟ ଙ୍କାରୀ ବନ୍ୟା ରେ ଉବୁଟୁବୁ ହେଉଛି। ରାଜ୍ୟ ସରକାର ବନ୍ୟା ବିପନ୍ନ ପ୍ରତି ପରିବାରକୁ ୨୫୦୦ ଟଙ୍କା ଓ ୫୦ କେଜି ଚାଉଳ ଦେବାକୁ ଘୋଷଣା କରିଛନ୍ତି। ଆସିକା ଅଞ୍ଚଳ ର କିଛି ୱାର୍ଡ ମେମ୍ବର ମାନଙ୍କ ସମ୍ପର୍କୀୟ ମାନେ ରାସନ ଥିବା ବ୍ୟକ୍ତି ମାନେ ୫୦ କେଜି ଚାଉଳ ପାଇଥିଲେ ମଧ୍ୟ ସେମାନଙ୍କ ପରିବାରରେ ଥିବା ଅନ୍ୟ ସମସ୍ତ ବ୍ୟକ୍ତିଙ୍କ ନାମରେ ପୁଣି ୫୦ କେଜି ଚାଉଳ ଦେବା ସକାଶେ ସେମାନଙ୍କ ଦସ୍ତଖତ ନେଉଥିବା ଦେଖିବାକୁ ମିଳିଛି। ଆଗକୁ ମୁନିସିପାଲିଟି ନିର୍ବାଚନ ଥିବା ଯୋଗୁଁ ଭୋଟର ମାନଙ୍କୁ ସହାନୁଭୂତି ଦେଖାଇବା ପାଇଁ ଗୋଟେ ପରିବାର ଥିବା ଗୃହରେ ଅନ୍ୟ ସଦସ୍ୟ ଙ୍କ ନାମରେ ୫୦ କେଜି ଚାଉଳ ହଡପ ପାଇଁ ଉଦ୍ୟମ ଆରମ୍ଭ କରରିଦେଇଥିବା ଲକ୍ଷ କରାଯାଇଛି। ୱାର୍ଡ ମେମ୍ବରର ପୁଅ ମାନେ ବିପନ୍ନ ପରିବାରଙ୍କ ଭୋଟ ସମୟରେ ଭୋଟ ହାତେଇବା ପାଇଁ ଏଭଳି ହୀନ ଉଦ୍ୟମ କରୁଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାପାଳ ଏଭଳି କଳାକାରନାମା କରୁଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ମହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.