
ବ୍ରହ୍ମପୁର : ଡି.ଏ.ଭି ଗୁରୁକୁଳ ସ୍କୁଲ ପରିସରରେ ପବିତ୍ର ଶିଶୁ ଦିବସ ଏବଂ ବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଶ୍ରୀ ରାକେଶ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଶ୍ରୀ ନିରୋଦ କୁମାର ଜେନା ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷୟିତ୍ରୀ ଶ୍ରୀମତୀ ରଚନା ପୁରୋହିତ ଓ ଶିକ୍ଷକ ଶ୍ରୀ ବ୍ରଜବନ୍ଧୁ ନାୟକ ଯୋଗଦାନ କରିଥିଲେ। ଅତିଥିମାନେ ପବିତ୍ର ଶିଶୁ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ମାର୍ଗଦର୍ଶନ କରାଇଥିଲେ।
ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷା ରାଜଲକ୍ଷ୍ମୀ ଦାସଙ୍କ ସମେତ ଶିକ୍ଷୟିତ୍ରୀ ସରସ୍ୱତୀ ଖରା, ସରସ୍ୱତୀ ପ୍ରଧାନ, ପୁନମ ବାଘ୍, ରୋଜି ସାଗରିଆ, ମାମିନି ପ୍ରଧାନ, ମଞ୍ଜୁଳା ନାୟକ ଏବଂ ମୌସୁମୀ ମୁଦୁଲିଙ୍କ ସହଯୋଗରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଅଭିଭାବକମାନଙ୍କ ସକ୍ରିୟ ସହଯୋଗରେ ସମସ୍ତଙ୍କୁ ଖାଦ୍ୟ ପରିବେଷଣ କରାଯାଇ ଉତ୍ସବକୁ ସାଙ୍ଗ କରାଯାଇଥିଲା।
