ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମ୍ମୁହ ନେଟ୍ ବଲ୍ ପ୍ରତିଯୋଗିତାରେ ବାଳକ ବିଭାଗରେ ନୟାଗଡ ଓ ବାଳିକା ବିଭାଗରେ କଟକ ଚମ୍ପିୟାନ

kalipuja

ନୟାଗଡ଼, ୧୪/୧୧(ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୭୦ତମ ରାଜ୍ୟ ସ୍ତରୀୟ ନେଟ ବଲ ପ୍ରତିଯୋଗିତା ଶନିବାର ଦିନ ଅପରାହ୍ନ ସମୟରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଏଡିଓ ଗୀତାଞ୍ଜଳି ସାହୁ,ଏଡିଓ ସନ୍ଧ୍ୟାରାଣୀ ରାଉତ, ଏଡିଓ ବନଲତା , ବିଇଓ ପିଣ୍ଟୁ ପ୍ରଧାନ, ବିଇଓ ଗିରିଜା ଶଙ୍କର ମହାପାତ୍ର, ଅଶୋକ କୁମାର ନାୟକ, ସୁଦର୍ଶନ ମହାପାତ୍ର ଓ ଶାରୀରିକ ଶିକ୍ଷା ଅଧିକାରୀ ତ୍ରିନାଥ ସାହୁ ପ୍ରମୁଖ ଅତିଥି ମାନେ ଯୋଗ ଦେଇଥିଲେ। ଅତିଥି ମାନେ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ସ୍ୱାଗତ ସଂଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରା ଯାଇଥିଲା। ଏହି ୧୭ ବର୍ଷରୁ କମ୍ ବାଳକ ବାଳିକା ନେଟ ବଲ ପ୍ରତିଯୋଗିତା ତିନି ଦିନ ଧରି ଚାଲୁ ରହିଥିଲା । ଏହି ପ୍ରତିଯୋଗିତାରେ ବାଳକ ବିଭାଗରେ କଟକ ଚମ୍ପିୟାନ ହୋଇଥିବା ବେଳେ ନୟାଗଡ ରନର୍ସ ଅପ ସେହି ଭଳି ବାଳିକା ବିଭାଗରେ ନୟାଗଡ ଚମ୍ପିୟାନ ହୋଇଥିବା ବେଳେ କଟକ ରନର୍ସ ଅପ ହୋଇଛି । ଅତିଥିମାନେ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ଏବଂ ରାଜ୍ୟ ଓ ଜିଲ୍ଲା କ୍ରୀଡା ପତାକାକୁ ଅବତରଣ କରିଥିଲେ । ଉତ୍ତୀର୍ଣ୍ଣ ଖେଳାଳିମାନେ ଆଗାମୀ ଦିନରେ ଜାତୀୟ ସ୍ତରରେ ଉନ୍ନତ ଖେଳ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ଏହି ମଞ୍ଚକୁ ଅଜୟ କୁମାର ପ୍ରଧାନ ଓ ନମ୍ରତା ସମ ଦର୍ଶିନୀ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.