ବନ୍ୟା ହେବାର ୧୫ ଦିନରୁ ଅଧିକ ହୋଇଥିଲେ ବି ଆଞ୍ଜୁଳାଏଁ ଚାଉଳ ମିଳିନି ସାଧରଣ ଜନତାଙ୍କୁ !

kalipuja

ଆସିକାରେ କେବଳ ସର୍ଭେରେ ସୀମିତ ରିଲିଫ କାର୍ଯ୍ୟ…..!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ଅଧିକ ବନ୍ୟାରେ ଅଧିକ କ୍ଷତି ଗ୍ରସ୍ତ ହୋଇଛି। ସରକାରଙ୍କ ରିଲିଫ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଥିବା ଲକ୍ଷ କରାଯାଇଛି। ଆସିକା ସହରରେ କିଛି ୱାର୍ଡରେ କେବଳ ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ସମ୍ପର୍ଣ୍ଣ ଯାଞ୍ଜ କରି ୫୦ କେଜି ଚାଉଳ ଦିଆଯାଉଛି। ବନ୍ୟାରେ ଅଧିକ କ୍ଷତି ଗ୍ରସ୍ତ ହୋଇଥିବା ସାଧାରଣ ଜନତାଙ୍କୁ କେବଳ ଚୁଡା ଗଣ୍ଡେ, ଗୁଡ଼ ଖଣ୍ଡେ ଆଉ କିଛି ବ୍ୟକ୍ତିଙ୍କୁ ପାଲ ଖଣ୍ଡେ ଦିଆଯାଇଛି।

ପ୍ରତେକ ୱାର୍ଡରେ ମାଳ ମାଳ ହୋଇ ରାଜସ୍ବ କର୍ମଚାରୀ ଅଙ୍ଗନବାଡି ଦିଦି ଓ ୱାର୍ଡ ମେମ୍ବର ମାନେ ବିଭିନ୍ନ ପ୍ରକାର ଦସ୍ତାବିଜ ସଂଗ୍ରହ କରି ସର୍ଭେ କରୁଥିବା ମଧ୍ୟରେ ସୀମିତ ରହିଛି ରିଲିଫ କାର୍ଯ୍ୟ। ବନ୍ୟା ବିପନ୍ନ ଙ୍କ ପାଇଁ ସରକାର ଙ୍କ ଧାର୍ଯ୍ୟ ହୋଇଥିବା ୨୫୦୦ ଟଙ୍କା ଆଉ ୫୦ କେଜି ଚାଉଳ ବନ୍ୟା ହେବାର ୧୭ ଦିନ ବିତିଥିଲେ ବି ସାଧରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯେଉଁ ବ୍ୟକ୍ତି ବିଶେଷଙ୍କ ଖାଉଟି କାର୍ଡ ବ ରେସନ କାର୍ଡ ଅଛି ସେ ବ୍ୟକ୍ତିଙ୍କୁ ଚି଼ହ୍ନଟ କରି ୫୦ କେଜି ଚାଉଳ ଆସିକାର ୱାର୍ଡ ଗୁଡି଼କରେ ବଣ୍ଟନ ହେଉଛି।

ଡ଼ବଲ ଇଞ୍ଜିନ ବନ୍ୟା ବିପନ୍ନଙ୍କୁ ନିଜେ ଧାର୍ଯ୍ୟ କରିଥିବା ଚାଉଳ ଟଙ୍କା ଦେବାରେ ଅଜି ସୁଦ୍ଧା ବିଫଳ ହୋଇଥିବା ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଦୋଳନ ଓ ଗୃହ ଗୁଡିକର ଆକଳନ ସମୟରେ ବାବୁ ମାନଙ୍କ ନାଲି ଆଖି ସାଙ୍ଗକୁ ବିଭିନ୍ନ ନଥିପତ୍ର ଡିମାଇଣ୍ଡ କରୁଥିବା ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଜିଲ୍ଲା ପ୍ରଶାସନ ଧର୍ମକୁ ଆଖିଠାର ଭଳି ଅଭିନୟ କରୁଥିବା ଯୋଗୁଁ ଲୋକଙ୍କ ଦୁଃଖ ବଢିଯାଇଛି।

ad-week
Leave A Reply

Your email address will not be published.