ନିରୀହ ଖାଉଟିଙ୍କ ଜୀବନ ସହ ଖେଳ, ବନ୍ୟା ପାଣି ରେ ଭିଜିଥିବା ଖାଦ୍ୟ ସାମଗ୍ରୀ ଅବାଧ ରେ ବିକ୍ରି..! ଯୋଗାଣ ବିଭାଗ ନାଇଁ ରେ ତେଲ ମାରି ଶୋଇଛି …..!

kalipuja


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଗତ ଅର୍ଣ୍ଣଭ ବାତ୍ୟା ପରେ ପ୍ରଳୟଙ୍କାରୀ ବନ୍ୟା ରେ ଡୁବିଥିଲା। ବହୁ ସମସ୍ତ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ବନ୍ୟା ଜଳରେ ନଷ୍ଟ ହୋଇଥିଲା। ଲୁଗା ପଟା ଜୋତା ସାଙ୍ଗକୁ ବିଭିନ୍ନ ନିତ୍ୟ ବ୍ୟବହାର ସାମଗ୍ରୀ ଅଧା ଦାମ ରେ ବିକ୍ରି ହୋଇଥିଲା।ଜଣେ ବ୍ୟବସାୟୀ ଭଗବତ ମଠ ସମ୍ମୁଖରେ ନିଜର ଦୋକାନ ରେ ବନ୍ୟା ଜଳରେ ଭିଜିଥିବା ଏକ କେଜିଆ ଅଟା ପ୍ୟାକେଟ କୁ ରି-ପ୍ୟାକ ବଡ଼ ବଡ଼ ଅଖାରେ ପ୍ୟାକ କରୁଥିବା ଦେଖିବାକୁ ମିଳିଥିଲା ଏସମ୍ପର୍କ ରେ ଆର.ଡି.ସି ଓ ଗଞ୍ଜାମ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉଭେୟ ଅଧିକାରୀ ଯୋଗାଣ ବିଭାଗ କୁ ନିର୍ଦ୍ଧେଶ ଦେବେ ବୋଲି କହିଥିଲେ। ବାବୁ ମାନଙ୍କ ନିର୍ଦ୍ଧେଶ ଫୁ ରେ ରହିଗଲା। ବର୍ତ୍ତମାନ କିଛି ବ୍ୟବସୟୀ ବନ୍ୟା ଜଳେ ରେ ଭିଜିଥିବା ବହୁ ଖାଦ୍ୟ ସାମଗ୍ରୀ ନିରୀହ ଗ୍ରାହକ ମାନଙ୍କୁ ପୋଛା ପୋଛି କରି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଆସିକା ଯୋଗାଣ ବିଭାଗ ଅଧିକାରୀ କେବେବି ଫୋନ ରିସିଭ କରନ୍ତି ନାହିଁ। ଖାଦ୍ୟ ସାମଗ୍ରୀ ଭେଜାଲ ସମ୍ପର୍କ ରେ ଅଭିଯୋଗ କଲେ ମେଡମ କର୍ଣ୍ଣପାତ କରନ୍ତି ନାହିଁ। କିଛି ମାସ ପୂର୍ବେ ଘରୋଇ ଗ୍ୟାସ ସିଲିଣ୍ଡର ହୋଟେଲ ଗୁଡିକରେ ବ୍ୟବହାର ସମ୍ପର୍କ ରେ ଅଭିଯୋଗ କଲେ ମେଡମ ସେହି ହୋଟେଲ ଗୁଡିକୁ ଖବର ଦେଇ ଚୁପଚାପ ବସିଥିବାର ନଜିର ରହିରହିଲା। ବନ୍ୟା ରେ ଭିଜିଥିବା ଖାଦ୍ୟ ସାମଗ୍ରୀ ଖାଇ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେ ଯୋଗାଣ ବିଭାଗ ଦାୟୀ ରହିବ ବୋଲି ସାଧରଣ ରେ ଦାବୀ ହେଉଛି।

ad-week
Leave A Reply

Your email address will not be published.