ଭୁବନେଶ୍ବର ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ୍ ପୋଲିସ

kalipuja

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ କୁଆଖାଇ ନଦୀ କୂଳରେ ନଭେମ୍ବର ୨୪ ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରା ମହୋତ୍ସବ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଘୋଷଣା କରାଯାଇଛି।

ଏହି ସ୍ଥାନରେ ବହୁ ସଂଖ୍ୟାରେ ଦର୍ଶକ ଏବଂ ଗାଡ଼ିମୋଟର ଆସିବାର ସମ୍ଭାବନା ଥିବାରୁ, ଜନସାଧାରଣଙ୍କ ସୁବିଧା, ଟ୍ରାଫିକ୍ ଚଳାଚଳକୁ ସୁଗମ କରିବା ଏବଂ ସର୍ବସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ପକ୍ଷରୁ କଟକଣା ଲାଗୁ କରାଯିବା ସହ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ନିମ୍ନ ଲିଖିତ ଦିନଗୁଡ଼ିକରେ ଅପରାହ୍ନ ୨ଟାରୁ ଆରମ୍ଭ କରି ଭିଡ଼ କମିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଓଡ଼ିଶା ସହରୀ ପୋଲିସ୍ ଆଇନ, ୨୦୦୩ର ଧାରା ୨୮ ଏବଂ ଭୁବନେଶ୍ୱର-କଟକ ପୋଲିସ୍ କମିଶନରେଟ୍ (ଟ୍ରାଫିକ୍ ଓ ଜନଶୃଙ୍ଖଳା) ନିୟମାବଳୀ, ୨୦୦୮ର ନିୟମ ୩୬ ଅନୁଯାୟୀ ଭୁବନେଶ୍ୱର-କଟକ ପୋଲିସ୍ କମିଶନର ସୁରେଶ ଦେବ ଦତ୍ତ ସିଂହ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ମଞ୍ଚେଶ୍ୱର ଗଡ଼ରୁ ବାଲିଯାତ୍ରା ପଡ଼ିଆ: ମଞ୍ଚେଶ୍ୱର ଗଡ଼ ପଟୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକୁ କେବଳ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ। ଏହି ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ।

ବାରିମୁଣ୍ଡ ଗ୍ରାମ ପାର୍ଶ୍ୱ: ବାରିମୁଣ୍ଡ ଗ୍ରାମ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ଜରିପାଟଣା ଗ୍ରାମ ନିକଟରେ ଥିବା ବ୍ଲକିଂ ପଏଣ୍ଟ ପାର ହେବାକୁ ଅନୁମତି ଦିଆଯିବ ନାହିଁ। ଏହି ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଏବଂ ଜରିପାଟଣା ଗ୍ରାମ ପଡ଼ିଆ ନିକଟରେ ଥିବା ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ରଖିବାକୁ ହେବ।

ନନ୍ଦନକାନନ ପାର୍ଶ୍ୱ: ନନ୍ଦନକାନନ ପାର୍ଶ୍ୱରୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡ଼ିଗୁଡ଼ିକୁ ଇଞ୍ଜାନା କେନାଲ୍ ପୋଲ୍ ନିକଟରୁ ରସୁଲଗଡ଼ / ପଳାଶୁଣୀ ଆଡ଼କୁ ମୋଡ଼ି ଦିଆଯିବ ଏବଂ ଏହି ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଅନୁମତି ଦିଆଯିବ ନାହିଁ।

ଭାରୀ ଓ ବ୍ୟବସାୟିକ ଗାଡ଼ି: ବାଲିଯାତ୍ରାରେ ଦର୍ଶକଙ୍କ ଅତ୍ୟଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ, ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ ରଖିବା ଏବଂ ପଥଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ। ତେବେ ଭିଡ଼ ଅଧିକ ଥିବା ସମୟରେ ମଞ୍ଚେଶ୍ୱର ଗଡ଼ରୁ ନନ୍ଦନକାନନ ପର୍ଯ୍ୟନ୍ତ  ଇ ନଦୀ ରାସ୍ତାରେ ଭାରୀ ଓ ବ୍ୟବସାୟିକ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯିବ।

ad-week
Leave A Reply

Your email address will not be published.