
ନୂଆଦିଲ୍ଲୀ: ଭାରତରେ ପହଞ୍ଚିଛନ୍ତି ନେପାଳର ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହ। ରବିବାର ସେ ଦୁଇ ଦିନିଆ ସରକାରୀ ଗସ୍ତରେ ଆସିଛନ୍ତି ଭାରତ। ମାର୍ଚ୍ଚ ୨୦୨୬ରେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଏଥିସହ ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ପ୍ରଥମ ଆନୁଷ୍ଠାନିକ ଦ୍ୱିପାକ୍ଷିକ ବିଦେଶ ଗସ୍ତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ବଲେନ୍ଦ୍ର ଶାହ ଭାରତ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛିି। ଏହି ଗସ୍ତରେ ଭାରତ ଓ ନେପାଳ ମଧ୍ୟରେ ବାଣିଜ୍ୟ, ଶକ୍ତି, ନିବେଶ, ଭିତ୍ତିଭୂମି ବିକାଶ ଏବଂ ସୀମାପାର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ।
