ଜାଙ୍ଗେଡ୍ ପଞ୍ଚାୟତରେ ବାଘର ପାଦ ଚିହ୍ନ, ଗତିବିଧି ଉପରେ ନଜର ରଖିଛି ବନ ବିଭାଗ

kalipuja

ବରଗଡ଼ :  ଅତାବିରା ଅଞ୍ଚଳରେ କୋକୁଆ ଭୟ। ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ। ଅତାବିରା ବ୍ଲକ ଜାଙ୍ଗେଡ୍ ପଞ୍ଚାୟତରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ପାଦ ଚିହ୍ନ ଦେଖିବା ପରେ ଲୋକେ ଏହାକୁ ଦେବ୍ରୀଗଡ଼ରେ ଆସିଥିବା ମହାବଳ ବାଘ ବୋଲି କହୁଛନ୍ତି । ଏନେଇ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ କରିଥିଲେ।

ବାଘର ଗତିବିଧି ଅନୁଧ୍ୟାନ କରିବାରୁ ଏହା ଜାଙ୍ଗେଡ଼ ଓ ସୋଢ଼ାପାଲିକୁ ସଂଯୋଗ କରୁଥିବା ରାସ୍ତାର ନଦୀ ପଟକୁ ଯାଇଥିବା ଜଣାପଡ଼ିଛି। ତେବେ ନଦୀ ଆରପଟରେ କୌଣସି ପାଦଚିହ୍ନ ଦେଖିବାକୁ ମିଳିନଥିବାରୁ ବାଘଟି ସେହି ନଦୀକୂଳ ବୁଦାଳିଆ ଅଞ୍ଚଳରେ ଲୁଚି ରହିଥିବା ଅନୁମାନ କରାଯାଉଛି। ବନ ବିଭାଗର ଏକ ଟିମ୍ ଜାଙ୍ଗେଡ଼ ଗାଁରେ ଡେରା ପକାଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ସେପଟେ ଅତାବିରା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖିଛନ୍ତି ।

ad-week
Leave A Reply

Your email address will not be published.