ଜୁନିଅର ଆସିଷ୍ଟାଣ୍ଟ ଓ ଜୁନିଅର କ୍ଲର୍କ ପଦବୀ ପାଇଁ ଆଜିଠୁ ସିବିଟି ପରୀକ୍ଷା ଆରମ୍ଭ

kalipuja

ଭୁବନେଶ୍ୱର: ଆଜିଠାରୁ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ସିବିଟି ପରୀକ୍ଷା (Computer Based Test – CBT) ଆରମ୍ଭ ହୋଇଯାଇଛି।

ନଭେମ୍ବର ୨୫, ୨୭, ଡିସେମ୍ବର ୧,୨,୩ ଓ ୪ ତାରିଖ ଦିନ ସିବିଟି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୩ ଟି ସିଫ୍ଟରେ ସିବିଟି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସମୁଦାୟ ୭୯ ଟି ସେଣ୍ଟରରେ ୧,୧୬,୨୬୬ ଜଣ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ବିଭିନ୍ନ ସରକାରୀ ଅନୁଷ୍ଠାନ, ବିଶ୍ୱ ବିଦ୍ୟାଳୟ, ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ୮୮୩ଟି ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ପକ୍ଷରୁ ସିବିଟି ପରୀକ୍ଷା ଅନୁଷ୍ଠିତ ହେଉଛି।

ad-week
Leave A Reply

Your email address will not be published.