ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ସ୍କୁଲ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା

kalipuja

ଝାରସୁଗୁଡ଼ା : ଛାତ୍ରୀଙ୍କୁ ଅସଦ୍ ବ୍ୟବହାର କରି ଅଡୁଆରେ ସ୍କୁଲ ଅଧ୍ୟକ୍ଷ !   ଥାନାରେ ମାମଲା ରୁଜୁ ।  ଝାରସୁଗୁଡ଼ାରେ ଥିବା ଏକ ସରକାରୀ ବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅସଦ୍ ବ୍ୟବହାର କରିବା ଅଭିଯୋଗ ହୋଇଛି ।  ଏହାପରେ ସଂପୃକ୍ତ ଅଧ୍ୟକ୍ଷଙ୍କୁ ଝାରୁସୁଗୁଡ଼ା ସଦର ଥାନାରେ ଅଟକ ରଖାଯାଇଛି ।  ପକ୍ସୋ ଆଇନ ଅନୁଯାୟୀ ପୋଲିସ୍ ମାମଲା ରୁଜୁ କରିଛି ।

ଛାତ୍ରୀଙ୍କ ଅଭିଯୋଗ ମୁତାବକ, ଗତ ୨୩ ତାରିଖ ଦିନ ସ୍କୁଲର ଅଧ୍ୟକ୍ଷ ସାଗର ସାହା ତାଙ୍କୁ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିଲେ ।  ଅସଭ୍ୟ ଭାଷାରେ କଥାବାର୍ତ୍ତା କରିଥିବା ଛାତ୍ରୀ ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।  ଏନେଇ ଛାତ୍ରୀ ଜଣକ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ସଂପୃକ୍ତ ସ୍କୁଲ ଅଧ୍ୟକ୍ଷ ପୂର୍ବରୁ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ଏକାଧିକ ବାର ଚାକିରିରୁ ନିଲମ୍ବିତ ହୋଇଥିବା ସୂଚନା ରହିଛି ।  ଏହି ଘଟଣା ପରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ଏ ନେଇ ଝାରସୁଗୁଡ଼ା ଏସପି କହିଛନ୍ତି, ଛାତ୍ରୀଙ୍କ ଅଭିଯୋଗ ଭିତ୍ତିରେ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।  ଏହି ଘଟଣାରେ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ଝାରସୁଗୁଡ଼ା ଏସପି କହିଛନ୍ତି ।

ad-week
Leave A Reply

Your email address will not be published.