ଆସିକା ଅଞ୍ଚଳରେ ବେଆଇନ ବାଲି ଘାଟକୁ ଛୁଟ ଲିଜ ଧାରୀ ବାଲି ଘାଟକୁ ପ୍ରଶାସନ ର ଟାର୍ଗେଟ…..!

kalipuja

ବିଚ୍ଛା ମନ୍ତ୍ର ନଜାଣି ସାପ ଲାଙ୍ଗୁଡ଼ ରେ ହାତ ମାରୁଛି ଖଣି ବିଭାଗ …..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ପ୍ରଶାସନର ଅଜବନିତୀ ଲିଜଧାରୀ ବାଲି ଘାଟ ଉପରେ ଘନ ଘନ ଚଢ଼ାଉ। ଆସିକା ନରସିଂହ ପଲ୍ଲୀ ଲିଜ ଅବଧି ଥିବା ବାଲି ଘାଟ ଉପରେ ଆସିକା ଥାନା ଅଧିକାରୀ ଓ ଖଣି ବିଭାଗ ଏବଂ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କୁ ନେଇ ତୀବ୍ର ପ୍ରତିକ୍ରିୟା। ଆସିକା ଅଞ୍ଚଳରେ ଥିବା ମୁକୁନ୍ଦପୁର ସୁନାମ୍ବ ସାହି ସ୍ଥିତ ସୁବର୍ଣ୍ଣେସ୍ବର ଆଲ୍ଲିପୁର ଓ ପଥରା ବେଆଇନ ବାଲିଘାଟରୁ ରୀତିମତ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଛି। ଟ୍ରାକ୍ଟର ବାଲା ମାନେ ସ୍ଥାନୀୟ ପୋଲିସକୁ ସାଇ ଲେନ୍ସ ପ୍ଲିଜ କରି ଅବାଧ ରେ ବାଲି ଲୁଟ କରୁଛନ୍ତି। ଲିଜଧାରୀ ବାଲି ଘାଟ ମାଲିକ ମାନେ ପୋଲିସ ଏବଂ ଖଣି ବିଭାଗ ର ଲେଖା ଛିଡେଇ ନଥିବା ଯୋଗୁଁ ଲିଜଧାରୀ ବାଲି ଘାଟକୁ ଟାର୍ଗେଟ କରୁଥିବା ଅଭିଯୋଗ ହେଇଛି। ଆସିକା ନରସିଂହ ପଲ୍ଲୀ ବାଲି ଘାଟର ଡ଼ିସେମ୍ବର ୨୩ ସୁଦ୍ଧା ଲିଜ ଥିଲେ ମଧ୍ୟ ଆସିକା ପୋଲିସ ଓ ଖଣି ବିଭାଗ ଗତ କାଲି ଚଢ଼ାଉ କରି ବାଃ ବାଃ ନେଇଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଏଭଳି ଲିଜ ଧାରୀ ବାଲି ଘାଟକୁ ଟାର୍ଗେଟ କରୁଥିବା ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୃଢ଼ ଦାବୀ ହେଉଛି।ଦୀର୍ଘ ଦିନ ଧରି ବାବୁ ମାନେ ବସିଛନ୍ତି ଗାଦିରେ ,ପୁଣି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ କିଏ ? ପୁଣି ବହୁ ପ୍ରଭାବଶାଳୀ ବ୍ୟକ୍ତି ଏବେ ଗଞ୍ଜାମର ଲଘୁ ଖଣିଜ ସମ୍ପଦ ଉପରେ ଆସ୍ଥାନ ଜମାଇ ବସିଛନ୍ତି।କୁଆଡେ ଖଣି ବିଭାଗ ଅଧିକାରୀମାନେ ରାତିରେ କିଛି ଅପରାଧି ଗୋଷ୍ଠୀ କୁ ଧରି ରାତ୍ରିପେଟ୍ରୋଲିଂ କରୁଥିବା ମଧ୍ୟ ନଜିର ରହିଛି ।ତେବେ ଗୁହାରି କରିବୁ କାହାକୁ ଭଳି ପରିସ୍ଥିତ ବର୍ତ୍ତମାନ ସୃଷ୍ଟି ହେଲାଣି l ବର୍ତ୍ତମାନ ସରକାର ରାଜସ୍ବ ଯେତିକି ପାଉନାହାନ୍ତି ତାହାଠାରୁ ଢ଼େର ପରିମାଣ ରାଜସ୍ବ ଖଣି ବିବାଗ ପୋଲିସ ଏବଂ ରାଜସ୍ବ ବିଭାଗ ଅଧିକାରୀଙ୍କ ପକେଟ କୁ ଯାଉଛି ବୋଲି ସାଧାରଣ ରେ ଚର୍ଚ୍ଚା l ଏଠାରେ ଖଣି ବିଭାଗ ଅଧିକାରୀ ମାନଙ୍କ ଦୃଷ୍ଟି କେବଳ ବାଲି ଉପରେ କାରଣ ଏଠାରେ ମାଲ ପ୍ରବଳ l ଅନ୍ୟ ପଟେ ଦିଗପହଣ୍ଡି ଅଞ୍ଚଳ ରେ ପଥର କୁଆଁରୀ ର ଲିଜ ନଥାଇ ରାତା ରାତି ବେଧଡକ ପଥର ଫୁଟାଇ କ୍ରସର୍ ଚଳାଉଛନ୍ତି।ଏହି ଅଞ୍ଚଳ ଦାୟିତ୍ୱ ରେ ଥିବା ବାବୁ ଜଣକ କାଳେ ଭଲ ମୁଟା ଅଙ୍କର ମୁନାଫା ପାଉଛନ୍ତି ନାୟକ ବାବୁ ବୋଲି କିଏ ଅଛନ୍ତି।କାରଣ ଗୋଟେ ରାତିରେ ମୁରମ ନେବା ବେଳେ ଥାନା ର ସହାୟତା ନେଇଥିଲେ କିନ୍ତୁ ରଫାଦଫା ପାଇଁ ମୂଟା ଅଙ୍କ ପାଇ ଛାଡ଼ି ଦେଲେ।ଏବେ ସେହି ପାହାଡ଼ ରୁ ପ୍ରତି ଦିନ ପଥର ଫୁଟାଇ ନିଆ ଯାଉଛି ବାବୁ ତାଙ୍କୁ ସାହସ ଦେଇଥିବା ଲୋକେ କହୁଛନ୍ତି।ଏହାର ଅନୁଧ୍ୟାନ କରାଯାଉ କାରଣ ସ୍ଥାନୀୟ ବିଧାୟକ ଙ୍କ ସହଯୋଗ ମିଳୁଛି ତେଣୁ ବୁଗୁଡ଼ା ଅଞ୍ଚଳ ର କିଛି ଲୋକେ ଏଠି ଏହାର ଫାଇଦା ପାଉଛନ୍ତି। ତେଣୁ ରାଜ୍ୟ ସରକାର ଏହି କୁବେର ବାବୁ ମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଇଛି l

ad-week
Leave A Reply

Your email address will not be published.