ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଯୁବତୀ ଉଦ୍ଧାର, ଦଲାଲ ଫେରାର

kalipuja

ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ୨ ଯୁବତୀ ଉଦ୍ଧାର । ଫେରାର ଦଲାଲକୁ ଖୋଜୁଛି ପୋଲିସ । ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଦୁଇ ଯୁବତୀଙ୍କୁ ଉଦ୍ଧାର କଲା ରୁଚିକା ସମାଜ ମଙ୍ଗଳ ସଂଗଠନ । ରାତି ଅଧରେ ବସ୍ ଷ୍ଟାଣ୍ଡରେ ସନ୍ଦେହଜନକ ଭାବେ ବୁଲୁଥିବା ଦେଖି ସୁରକ୍ଷାକର୍ମୀଙ୍କ ସନ୍ଦେହ ହୋଇଥିଲା । ଏନେଇ ସେମାନେ ରୁଚିକା ସଂଗଠନର କର୍ମକର୍ତ୍ତାଙ୍କୁ ସୂଚନା ଦେଇଥିଲେ । ପରେ ସଂଗଠନର କର୍ମକର୍ତ୍ତା ପହଞ୍ଚି ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ ।

କଳାହାଣ୍ଡି ଅଞ୍ଚଳରୁ ଦୁଇ ଯୁବତୀଙ୍କୁ ଜଣେ ଦଲାଲ ଅଧିକ ଟଙ୍କା ରୋଜଗାରର ପ୍ରଲୋଭନ ଦେଖାଇ ଆଣିଥିଲା । ସେମାନଙ୍କୁ ବାଙ୍ଗାଲୋର ନେବାକୁ ଯୋଜନା ରହିଥିଲା । ବାଙ୍ଗାଲୋରରେ କେଉଁଠି ରହିବେ ଏବଂ କ’ଣ କରିବେ, ସେନେଇ ଦୁଇ ଯୁବତୀଙ୍କୁ କିଛି ଜଣା ନଥିଲା । ଅନ୍ୟପଟେ ଉଦ୍ଧାର ସମୟରେ ଘଟଣାସ୍ଥଳରୁ ଦଲାଲ ଫେରାର ହୋଇଯାଇଛି ।  ଏନେଇ ଭରତପୁର ଥାନା ପୋଲିସ ମାମଲା ରୁଜୁ କରି ଫେରାର ଦଲାଲକୁ ଧରିବା ପାଇଁ ତଦନ୍ତ ଜାରି ରହିଛି ।

ad-week
Leave A Reply

Your email address will not be published.