ପ୍ରାଇଭେଟ ସେକ୍ଟରରେ ୭୫ ପ୍ରତିଶତ କୋଟା ମାମଲା: ହାଇକୋର୍ଟଙ୍କ ରହିତାଦେଶ ଉଠିଲା

add-all

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରରେ ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ୭୫ ପ୍ରତିଶତ କୋଟା ରହିବ। ଏନେଇ ହରିୟାଣା ସରକାର ଏକ ଆଇନ୍‌ ଆଣିବା ପରେ ଏହା ଉପରେ ପଞ୍ଜାବ ଏବଂ ହରିୟାଣା ହାକୋର୍ଟ ଏକ ଅନ୍ତରୀଣ ରହିତା ଦେଶ ଲାଗୁ କରିଥିଲେ। ତେବେ ଏହି ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବା ବେଳେ ଲାଗୁ ହୋଇଥିବା କଟକଣାକୁ ହଟାଇଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଅର୍ଥାତ ପଞ୍ଜାବ ଏବଂ ହରିୟାଣା ହାକୋର୍ଟଙ୍କ ଅନ୍ତରୀଣ ରହିତାଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ।
ଏଥିସହ ମାମଲାର ପୂର୍ଣ୍ଣକାଳୀନ ଶୁଣାଣି ପାଇଁ ହାଇକୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ନୂତନ ଆଇନକୁ ନେଇ ଘରୋଇ ନିଯୁକ୍ତିଦାତା ସଂସ୍ଥାଙ୍କ ବିରୋଧରେ ତରବରିଆ ପଦକ୍ଷେପ ନନେବାକୁ ସୁପ୍ରିମକୋର୍ଟ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ହରିୟାଣା ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ସଂରକ୍ଷଣ ହେଉଛି ଅନୁପଯୁକ୍ତ ଏବଂ ଏହା ନେଚୁରାଲ ଜଷ୍ଟିସ(ସ୍ୱାଭାବିକ ନ୍ୟାୟ)କୁ ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ କହିଥିଲେ। ଏ ସମ୍ପର୍କରେ ମାମଲାର ତୁରନ୍ତ ପୂର୍ଣ୍ଣକାଳୀନ ଶୁଣାଣି କରି ୪ ସପ୍ତାହ ମଧ୍ୟରେ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ କହିଛନ୍ତି। ଦକ୍ଷତା ପ୍ରସଙ୍ଗକୁ ନେଇ ଆମେ ହସ୍ତକ୍ଷେପ କରିବାକୁ ଚାହୁଁନା। ତେଣୁ ୪ ସପ୍ତାହ ଭିତରେ ଶୁଣାଣି କରି ନିଷ୍ପତି ନିଅ। ପକ୍ଷଭୁକ୍ତ ଥିବା ଆବେଦନକାରୀଙ୍କୁ ଅଧିକ ସମୟ ନନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ଏଲ ନାଗେଶ୍ୱର ଏବଂ ପିଏସ ନରସିଂହ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ସମୟ ଭିତରେ ଘରୋଇ ନିଯୁକ୍ତିଦାତାଙ୍କ ବିରୋଧରେ ତରବରିଆ ପଦକ୍ଷେପ ନନେବାବୁ କୋଟଁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ଯୁକ୍ତି ନଥିବାରୁ କେବଳ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶକୁ ଉଠାଯାଇଛି।
ତେବେ ରାଜ୍ୟ ସରକାରଙ୍କ ଆଇନକୁ ଚ୍ୟାଲେଞ୍ଜ କରି ଫରିଦାବାଦ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଯୁକ୍ତି ରଖାଯାଇଥିଲା। କୁହାଯାଇଥିଲା ଆଇନ୍ ଛୋଟ ଛୋଟ ଶିଳ୍ପ ସଂସ୍ଥାକୁ ପ୍ରଭାବିତ କରିବ। ତବେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନାରାଲ ତୁସାର ମେହେଟ୍ଟା ଯୁକ୍ତି ରଖିଥିଲେ। ସେ କହିଥିଲେ ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ଏହି ଆଇନ୍‌ ଜବ୍‌ ଗ୍ୟାରେଣ୍ଟି ଦେବ। ସେମାନେ ରାଜ୍ୟ ବାହାରକୁ ଯିବେ ନାହିଁ। ସେହିପରି ବସ୍ତି ସମସ୍ୟା ମଧ୍ୟ ସମାଧାନ ହେବ ବୋଲି ତୁସାର ମେହେଟ୍ଟା କହିଥିଲେ। ଗତ ନଭେମ୍ବର ମାସରେ ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ହରିୟାଣା ରାଜ୍ୟ ନିଯୁକ୍ତି ଆକ୍ଟଟ-୨୦୨୦ ପାସ୍‌ ହୋଇଥିଲା। ଏଥିରେ ସର୍ବାଧିକ ଦରମା ୩୦,୦୦୦ ଟଙ୍କା ସ୍ଥିର କରାଯାଇଥିଲା । ଜାନୁଆରୀ ୧୫ରେ ଏହାକୁ ରାଜ୍ୟରରେ କାର୍ଯ୍ୟକାରୀ କରାଯାଇଥିଲା। ରାଜ୍ୟ ସରକାରଙ୍କ ଏହି ଆଇନକୁ ଚ୍ୟାଲେଞ୍ଜ କରି କୋର୍ଟରେ ଆବେଦନ ହୋଇଥିଲା।

ad-week
Leave A Reply

Your email address will not be published.