କଂଗ୍ରେସରେ ପରିବାରବାଦ ନାହିଁ – ମଲ୍ଲିକାର୍ଜୁନ ଖଡ଼ଗେ

add-all

ନୂଆଦିଲ୍ଲୀ ୧୭/୦୨ : ବରିଷ୍ଠ କଂଗ୍ରେସ ନେତା ତଥା ବର୍ତ୍ତମାନ ରାଜ୍ୟସଭାର ବିରାଧି ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଦଳ ଉପରେ ଲଗାଯାଉଥିବା ପରିବାରବାଦ ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଦଳରେ ରାଜିବ ଗାନ୍ଧୀଙ୍କ ପରେ କେହି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ଖଡ଼ଗେ କହିଛନ୍ତି କଂଗ୍ରେସରେ କୌଣସି ପରିବାରବାଦ ନାହିଁ। ସୂଚନା ଥାଉକି କିଛି ଦିନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜନସଭାରେ କଂଗ୍ରେସକୁ ପରିବାରବାଦ ଦଳ ବୋଲି କହି ଅଭିଯୋଗ କରିଥିଲେ ।
ସମସ୍ତ ଅଭିଯୋଗର ଜବାବ ଦେଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି “କଂଗ୍ରେସରେ ପରିବାରବାଦ ନାହିଁ, ଏହି ଦଳରେ ପ୍ରତ୍ୟକ ବ୍ୟକ୍ତି ଦେଶ ପାଇଁ କାମ କରିବାକୁ ଚାହାଁନ୍ତି” । ସେ କହିଛନ୍ତି “ରାଜିବ ଗାନ୍ଧୀଙ୍କ ପରେ ତାଙ୍କ ପରିବାରରୁ କେହି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି । ବିଜେପି ନିଜେ ପରିବାରବାଦକୁ ସମର୍ଥନ କରୁଛି ଓ ପୁଣି ଆମ ଉପରେ ଅଭିଯୋଗ କରୁଛି”।
ଫେୃଆରୀ ୧୪ ତାରିଖରେ ଝାଂସିର ମଉରାନୀପୁରରେ ଏକ ଜନସଭାକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଓ ସମାଜବାଦି ପାର୍ଟିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଏହି ପରିବାରବାଦ ଦଳଗୁଡ଼ିକ ଦେଶ ଓ ଦୁନିଆର ଲୋକତନ୍ତ୍ର ପାଇଁ ବୋଝ । ଏହି ଦଳଗୁଡ଼ିକ ଉତ୍ତରପ୍ରଦେଶ ଓ ଦେଶର କେବେବି ଭଲ କରିପାରିବେ ନାହିଁ ।

ad-week
Leave A Reply

Your email address will not be published.