ସୁନା ଦୋକାନରୁ ଲୁଟିନେଲେ ୫ କିଲୋ ସୁନା, ୪ ଲୁଟେରାଙ୍କୁ ମାଡ଼ି ବସିଲେ ମାଲିକ ଓ କର୍ମଚାରୀ

kalipuja

ବାରିପଦା : ବାରିପଦାରେ ସୁନା ଦୋକାନରୁ ଲୁଟ୍ । ଦିନ ଦ୍ବିପ୍ରହରରେ ଗହଣା ଦୋକାନରୁ ଲୁଟ୍ । ୧୨ରୁ ୧୩ କୋଟି ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଲୁଟ୍ ବେଳେ ୪ ଲୁଟେରାଙ୍କୁ ମାଡ଼ି ବସିଲେ ଦୋକାନ ମାଲିକ ଏବଂ କର୍ମଚାରୀ । ଅନ୍ୟ ଦୁଇ ଜଣ ଲୁଟେରା ଟଙ୍କା ସୁନା ନେଇ ଚମ୍ପଟ ମାରିଛନ୍ତି । ସେମାନଙ୍କୁ ଖୋଜୁଛି ପୋଲିସ । ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କାର ସୁନା ଅଳଙ୍କାର ।

ବାରିପଦା ସହର ସ୍ଥିତ “ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ” ସୋ’ରୁମ୍‌ରୁ ଲୁଟ୍ ହୋଇଛି । ମୁଣ୍ଡରେ ହେଲମେଟ୍ ପିନ୍ଧି ଆସିଲେ ଲୁଟେରା । ସୋ’ରୁମ୍‌ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ବନ୍ଧୁକ ମୁନରେ କାବୁ କରି ସୁନା ଗହଣା ଲୁଟିନେବା ସହ କ୍ୟାସ୍ କାଉଣ୍ଟରରୁ ମଧ୍ୟ ଟଙ୍କା ଲୁଟି ଫେରାର ହୋଇଗଲେ ।

ଫେରାର ବେଳେ ସୋ’ରୁମ୍ ମାଲିକ ଏବଂ କର୍ମଚାରୀ ଲୁଟେରାଙ୍କ ପିଛା କରିଥିଲେ । ୪ ଜଣଙ୍କୁ କାବୁ କରିଛନ୍ତି । ଅନ୍ୟ ଦୁଇ ଜଣ ଚମ୍ପଟ ମାରିଛନ୍ତି । ଚମ୍ପଟ ମାରିଥିବା ଲୁଟେରା ପ୍ରାୟ ୫ ରୁ ୬ କେଜି ସୁନା ହୀରା ଅଳଙ୍କାର ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଧରା ପଡିଥିବା ଲୁଟେରାଙ୍କ ପାଖରୁ କିଛି ଅଳଙ୍କାର ଜବତ ହୋଇଛି ।

ad-week
Leave A Reply

Your email address will not be published.