ଗଞ୍ଜେଇ ଭାବି କରିଥିଲେ ଲୁଟ୍, ମିଳିଲା ପଣସ

add-all

କୋରାପୁଟ: କୋରାପୁଟ ଜିଲ୍ଲା ସଦର ମହକୁମାରେ ଜାତୀୟ ରାଜପଥରୁ ଏକ ପିକ ଅପ ଭ୍ୟାନ ଚୋରି । କିଛି ଯୁବକ ପିକ ଅପ ଭ୍ୟାନକୁ ଅପହରଣ କରି ନେଇ ଯାଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗଞ୍ଜେଇ ଭାବି ଲୁଟ କରି ଦୁର୍ବୃତ୍ତ ପାଇଲେ ପଣସ ତେବେ ପୋଲିସ ସେହି ଭ୍ୟାନକୁ ଠାବ କରିବା ସହ ଅପହରଣ କରିଥିବା ତିନିଜଣ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ନନ୍ଦପୁର ବ୍ଲକର ଥୁବା ଠାରୁ ପଣସ ବୋଝେଇ ପିକ ଅପ ଭ୍ୟାନ କୋରାପୁଟ ଦେଇ ଯାଉଥିବା ବେଳେ ଏହି ଗାଡିଟିରେ ଗଞ୍ଜେଇ ଚାଲାଣ ହେଉଥିବା ଭାବି ନେଇ କୋରାପୁଟର ଅଭିଯୁକ୍ତ ଯୁବକମାନେ ଭ୍ୟାନର ଡ୍ରାଇଭରକୁ ମାରଣାସ୍ତ୍ର ଦେଖାଇ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଡ୍ରାଇଭର ଠାରୁ 53 ହଜାର ଟଙ୍କା ନେବା ପରେ ଗାଡିରେ ପଣସ ଥିବା ଜାଣିବା ପରେ ଗାଡିକୁ ସେଠାରେ ଛାଡି ଚାଲିଯାଇଥିଲେ ।ଗଞ୍ଜେଇ ଭାବି  ଲୁଟ କରି ଦୁର୍ବୃତ୍ତ ପାଇଲେ ପଣସଗଞ୍ଜେଇ ଭାବି ଲୁଟ କରି ଦୁର୍ବୃତ୍ତ ପାଇଲେ ପଣସତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଗାଡିର ମାଲିକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରି ପୋଲିସ ଅଭିଯୁକ୍ତ ତିନି ଯୁବକଙ୍କୁ ଧରିବା ସହ ତାଙ୍କ ଠାରୁ 53 ହଜାର ଟଙ୍କା ଜବତ କରିଛି । ଫେରାର ଥିବା ଆଉ କିଛି ଅଭିଯୁକ୍ତଙ୍କୁ ମଧ୍ୟ ଅତି ଶୀଘ୍ର ଧରାଯିବ ବୋଲି କୋରାପୁଟ ଏସଡିପିଓ ମନୋଜ ପୂଜାରୀ କହିଛନ୍ତି ।

ad-week
Leave A Reply

Your email address will not be published.