ନାଏବ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ୱାର୍ଡ ସଭ୍ୟଙ୍କୁ ଅପହରଣ !

add-all

ଯାଜପୁର: ନାଏବ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ। ଯାଜପୁର ବ୍ଲକ ପଣସା ପଂଚାୟତର ୧୨ନମ୍ବର ୱାର୍ଡ ସଭ୍ୟ ମନୋଜ ରାଉତଙ୍କୁ ପଂଚାୟତର କେତେକ ଦୁର୍ବୃତ୍ତ ଆଜି ପୂର୍ବାହ୍ନରେ ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ମନୋଜଙ୍କ ପତ୍ନୀ ସସ୍ମିତା।

ସେ କରିଥିବା ଅଭିଯୋଗ ଅନୁଯାୟୀ ସୁଶାନ୍ତ ଘଡେଇ,ରମେଶ ପାତ୍ର ଏବଂ ଭ୍ରମରବର ମହାଳିକଙ୍କ ସମେତ କେତେକ ଦୁର୍ବୃତ୍ତ ମନୋଜଙ୍କୁ ଅପହରଣ କରି ନେଇଛନ୍ତି। ଏ ନେଇ ମନୋଜଙ୍କ ପତ୍ନୀ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରି ତୁରନ୍ତ ତାଙ୍କ ସ୍ୱାମୀଙ୍କୁ ମୁକୁଳାଇବା ସହିତ ଅପହରଣକାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.