ମାୟାବତୀ ଏବଂ ଓୱେସୀଙ୍କୁ ପଦ୍ମଭୂଷଣ ଏବଂ ଭାରତ ରତ୍ନ ପୁରସ୍କାର ଦିଆଯାଉ: ସଞ୍ଜୟ ରାଉତ

add-all

ମୁମ୍ବାଇ: କଟାଘାରେ ଚୂନ ମାରିଲେ ଶିବସେନା ନେତା। ଉତ୍ତରପ୍ରଦେଶରେ ବିଜେପିର ଧମାକାଦାର ବିଜୟ ପରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ଶିବସେନା ନେତା ସଞ୍ଜୟ ରାୱତ। ମୁଖ୍ୟତଃ ବିଏସପି ମୁଖ୍ୟ ମାୟାବତୀ ଏବଂ ଏଆଇଏମଆଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ତାତ୍ସଲ୍ୟ କରିଛନ୍ତି । ସଞ୍ଜୟ କହିଛନ୍ତି ଯେ, ମାୟାବତୀ ଏବଂ ଓୱେସୀଙ୍କୁ ପଦ୍ମଭୂଷଣ ଏବଂ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବା କଥା। କାରଣ ବିଜେପିର ବିଜୟ ପଛରେ ଏମାନଙ୍କ ଭୂମିକା ଅତୁଳନୀୟ। ଉତ୍ତରପ୍ରଦେଶରେ ବିଜେପି ନିରଙ୍କୁଶ ବିଜୟ ହାସଲ କରିଛି। ୟୁପି ବର୍ତ୍ତମାନ ତାଙ୍କ ରାଜ୍ୟ। ତେବେ ଗତ ନିର୍ବାଚନ ଅପେକ୍ଷା ସମାଜବାଦୀ ପାର୍ଟି(ସପା) ଯଥେଷ୍ଟ ଭଲ ପ୍ରଦର୍ଶନ କରିଛି। ୨୦୧୭ରେ ୪୨ ଆସନରୁ ଚଳିତ ଥର ୩ ଗୁଣା ୧୨୫ଟି ସିଟ୍‌ ହାସଲ କରିଛି ସପା ।
କିନ୍ତୁ ବିଜେପି ବିଜୟ ପାଇଁ ମାୟାବତୀ ଏବଂ ଓୱେସୀଙ୍କ ଯଥେଷ୍ଟ ଅବଦାନ ଥିବା ସଞ୍ଜୟ କମେଣ୍ଟ କରି କହିଛନ୍ତି । ତେଣୁ ଉଭୟଙ୍କୁ ଯଥାକ୍ରମେ ପଦ୍ମଭୂଷଣ ଏବଂ ଭାରତ ରତ୍ନ ପରୁସ୍କାରରେ ଭୂଷିତ କରାଯିବା ଉଚିତ ବୋଲି ସେ କଡ଼ା ସମାଲୋଚନା କରି କହିଛନ୍ତି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ବିଜେପିର ବିପୁଳ ବିଜୟକୁ ନେଇ ସଞ୍ଜୟ କହିଛନ୍ତି ଯେ, ୪ଟି ରାଜ୍ୟରେ ପଦ୍ମ କ୍ଷମତା ହାସଲ କରିଛି। ଏଥିରେ ଆମର ଦୁଃଖ କରିବାର କୌଣସି କାରଣ ନାହିଁ। ଆମେ ବି ସେମାନଙ୍କ ବିଜୟ ଖୁସିରେ ଆନନ୍ଦିତ। ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କାହିଁକି ହାରିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅବଶ୍ୟ ଗୋଆରେ ଦୁଇ ଜଣ ଡେପୁଟି ସିଏମ ହାରିଯାଇଛନ୍ତି ବୋଲି ସେ କହିଛନ୍ତି । ତେବେ ବିଜେପି ପଞ୍ଜାବରେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାତ ହୋଇଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏପରିକି ଦଳର ବହୁ ଛାମୁଆ ନେତା ମାନେ ଜୋରଦାର ପ୍ରଚାର କରିଥିଲେ। ତଥାପି ଦଳ କେମିତି ହାରିଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ad-week
Leave A Reply

Your email address will not be published.