ପାକିସ୍ତାନରେ ପଶିଗଲା ଭାରତୀୟ ମିସାଇଲ

add-all

ନୂଆଦିଲ୍ଲୀ: ପାକିସ୍ତାନରେ ପଶିଗଲା ଭାରତୀୟ ମିସାଇଲ। ଭାରତପଟୁ ଦୁର୍ଘଟଣାବସତଃ ଫାୟାରିଂ ହୋଇଥିବା ମିସାଇଲ ପାକିସ୍ତାନ ମାଟିରେ ହିଟ୍‌ କରିଛି। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ଏହା ଭୁଲବସତଃ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତ୍ରୁଟି ସ୍ୱୀକାର କରାଯାଇଛି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହରେ କୌଣସି ଯାନ୍ତ୍ରିକ କାରଣରୁ କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିକୁ ନିକ୍ଷେପ ହୋଇଯାଇଥିଲା। ଏଥିରେ ଆମେ ଦୁଃଖ ପ୍ରକାଶ କରୁଛୁ।
ଗତ ମାର୍ଚ୍ଚ ୯ ତାରିଖରେ ସେନା ପକ୍ଷରୁ ରୁଟିନ୍‌ ମେଣ୍ଟନାସ୍‌ ଚେକିଂ ଚାଲୁଥିଲା। ତେବେ ଏହି ସମୟରେ ଯାନ୍ତ୍ରିକ ତ୍ରୁଟି ଘଟି କ୍ଷେପଣାସ୍ତ୍ରଟି ଫାୟାରିଂ ହୋଇ ଯାଇଥିଲା । ଏହି ଘଟଣାକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି।
ଘଟଣାର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିରେ ଲ୍ୟାଣ୍ଡ କରିଥିବା ଜଣାପଡ଼ିଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ଏହି ଅବାଞ୍ଝିତ ତ୍ରୁଟି ପାଇଁ ଆମେ ଦୁଃ‍ଖିତ ବୋଲି ପ୍ରତି ରକ୍ଷାମନ୍ତ୍ରଣାଳୟ କହିଛି । ତେବେ ସୌଭାଗ୍ୟବସତଃ କୌଣସି ଧନ ଜୀବନ ନଷ୍ଟ ହୋଇ ନାହିଁ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.