ଭଞ୍ଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ

add-all

ଭଞ୍ଜନଗର:-ଗଞ୍ଜାମ ଜିଲ୍ଲା, ଭଞ୍ଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ଶ୍ରୀଯୁକ୍ତ ନରି ଶୋଭା ନାୟକ ନିର୍ବାଚିତ ହୋଇଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆଜି ସାରା ରାଜ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଅଛି। ଏଥିରେ ଭଞ୍ଜନଗର ବ୍ଲକ ର ୨୨ଗୋଟି ପଞ୍ଚାୟତ ମଧ୍ୟରୁ ୧୩ ଟି ପଞ୍ଚାୟତ ରେ ବିଜେଡି ସମର୍ଥିତ ସମିତି ସଭ୍ୟ ନିର୍ବାଚିତ ହୋଇଥିବା ବେଳେ, ୯ ଟି ପଞ୍ଚାୟତ ରେ ବିଜେପି ସମର୍ଥିତ ନିର୍ବାଚିତ୍ତ ହୋଇଥିଲେ। ଏଥିମଧ୍ୟରୁ ବାଇବାଲି ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ନରି ଶୋଭା ନାୟକ ବିଜେଡି ସମର୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ନୂତନ ଅଧ୍ୟକ୍ଷ ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ଏବଂ ଆଗମୀ ଦିନରେ ମନ୍ତ୍ରୀଙ୍କ ସହଯୋଗ ରେ ଭଞ୍ଜନଗର ବ୍ଲକ ର ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସହ ସରକାର ଙ୍କ ବିଭିନ୍ନ ଯୋଜନା କୁ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇ ବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.