ଭୁବନେଶ୍ୱରରେ କ୍ୟାମ୍ପେନ ଜୋରଦାର

add-all

ଭୁବନେଶ୍ବର: ଜୋର ଧରିଲାଣି ଭୁବନେଶ୍ୱର ମହାନଗର ନିଗମ ପାଇଁ କ୍ୟାମ୍ପେନ। ବିଭିନ୍ନ ୱାର୍ଡରେ ବିଜେଡି ମେୟର ପ୍ରାର୍ଥି ସୁଲୋଚନା ଦାସ ଜୋରଦାର ପ୍ରଚାର ଚଳାଇଛନ୍ତି। ଭୁବନେଶ୍ୱରର ବିକାଶ ଜାରି ରଖିବାକୁ ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଉଛନ୍ତି। ଆଜି ୧୭ଟି ବିଭିନ୍ନ ସ୍ଥାନରେ ଅଲଗା ଅଲଗା କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ଭେଟିଛନ୍ତି।

ସୁଲୋଚନା ଦାସଙ୍କୁ ପାଇଁ ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ଭୋଟ ହାତେଇବାକୁ ଦଳ ଲକ୍ଷ୍ୟ ରଖିଛି। ମହିଳାମାନଙ୍କ ସହ ସଭା କରି ଭୋଟ ଭିକ୍ଷା କରିଛନ୍ତି ସୁଲୋଚନା।

ବିଜେପି ମେୟର ପ୍ରାର୍ଥି ସୁନୀତି ମୁଣ୍ଡ ବି ପ୍ରଚାର କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଦଳୀୟ କର୍ମୀଙ୍କ ସହ ୧୪ନଂ ୱାର୍ଡରେ ବିଜେପି କର୍ପୋରେଟର ପ୍ରାର୍ଥିନୀଙ୍କ ସହ ୱାର୍ଡ ପରିକ୍ରମା କରିଛନ୍ତି। ପଦଯାତ୍ରାରେ ଲୋକଙ୍କ ପାଖକୁ ପହଞ୍ଚିବାକୁ ଆଶା ରଖିଛି ଦଳ। ସେପଟେ ପରିବର୍ତ୍ତନ ବିଚାର ନେଇ ଲୋକଙ୍କ ପାଖରେ ପହଞ୍ଚୁଛି କଂଗ୍ରେସ। ଭୁବନେଶ୍ୱରର ମୁଖ୍ୟ ସମସ୍ୟା, ଟ୍ରାଫିକ, ଜଳବନ୍ଦୀ, ଡ୍ରେନେଜ ଓ ପାର୍କିଂ ସମସ୍ୟାର ସମାଧାନ ଆଶାରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ମେୟର ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟ।

ad-week
Leave A Reply

Your email address will not be published.