ଏଣିକି ରବିବାରରେ ବି ଜଗାଦର୍ଶନ: ହଟିଲା କଟକଣା

add-all

ପୁରୀ: ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ଆଶା ଏବେ ପୂରଣ ହେବାକୁ ଯାଉଛି। ଏଥର ରବିବାର ମଧ୍ୟ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ। ଆସନ୍ତା ମାର୍ଚ୍ଚ ୨୧ ତାରିଖଠାରୁ ଏହି ନିୟମ ଲାଗୁ ହେବ। ଏନେଇ ଶନିବାର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ଏହି ପଦକ୍ଷେପ ନିଆଯାଇଛି।

ରାଜ୍ୟରେ ବଢ଼ିଥିବା କୋଭିଡ ସଂକ୍ରମଣକୁ ଦେଖି ଗତ ଜାନୁଆରୀ ୧୦ ତାରିଖଠାରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିଥିଲା। ଫେବ୍ରୁଆରି ୧ ତାରିଖରୁ ମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହେବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଥିଲେ। 

ଫେବ୍ରୁଆରି ୧ ତାରିଖରୁ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲାଯାଇଥିଲା। କିନ୍ତୁ ସାନିଟାଇଜ କରାଯିବା ପାଇଁ ପ୍ରତି ରବିବାର ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିଲା। ଯେଉଁଥି ପାଇଁ ରବିବାର ଅନେକ ଭକ୍ତ ଶ୍ରୀମନ୍ଦିର ଯାଇ ତିନିଠାକୁରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେଉଥିଲେ। ଏବେ ରବିବାର ମଧ୍ୟ ମନ୍ଦିର ଦର୍ଶନ କରିପାରିବେ ସାଧାରଣ ଭକ୍ତ।

ad-week
Leave A Reply

Your email address will not be published.