ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇମାସର ଶିଶୁର ମୃତ୍ୟୁ ଅଭିଯୋଗ

add-all

ଫୁଲବାଣୀ : ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇ ମାସର ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପିତା ଶିବୁ ଦିଗାଲ ଓ ମା ସୋନାଲି ବେହେରା । କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପାରୁ ଶିଶୁକୁ ନେଇ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଚିକିତ୍ସାଳୟକୁ ଆଣିଥିଲେ। ପରିବାରଙ୍କ ଅଭିଯୋଗ ଅନୁସାରେ ଶିଶୁର ପରିଶ୍ରା ହଉନ ଥିବାରୁ ତିନିଦିନ ହେବ ଫୁଲବାଣୀ ଚିକିତ୍ସାଳୟକୁ ଆଣି ଥିଲେ, କିନ୍ତୁ ଡାକ୍ତର ଧନମଣି ପ୍ରଧାନ ଶିଶୁକୁ ଦୂରରୁ ଦେଖ୍ କୁଆଡେ ସିରଫ ଲେଖି ଛାଡ଼ି ଦେଇ ଥିଲେ।

ଆଜି ସକାଳୁ ପୁର୍ନବାର ଆଣି ମେଡିକାଲରେ ଭର୍ତି କରିଥିଲେ ହେଲେ ନର୍ସ ଡ଼ାକ୍ତରଙ୍କୁନ ଡାକି ନିଜେ ଦେଖି ୱାର୍ଡକୁ ପଠାଇ ଦେଇଥିଲେ। ତୁରନ୍ତ ଚିକିତ୍ସା ନମିଳିବାରୁ ଶିଶୁର ମୃତ୍ୟୁ ହୋଇଥିବାକଥା ଶିଶୁ ର ବାପା ଶିବୁ ଡିଗାଲ ଅଭିଯୋଗ କରିଛନ୍ତି । ତେବେ, ଏ ନେଇ ଏଡିଏମ ଓ ଡାକ୍ତର ଅଭୟ ପଟ୍ଟନାୟକଙ୍କୁ ପଚାରିବାରେ ସେ ଯଥାସମ୍ଭବ ଚିକିତ୍ସା କରାଯାଇଥିଲା ଆଉ ଶିଶୁଟି ଗୁରୁତର ଅବସ୍ଥାରେ ଡାକ୍ତର ଖାନା ଆସିଥିଲେ ବୋଲି କହିଥିଲେ । ତେବେ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

ad-week
Leave A Reply

Your email address will not be published.