କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଶାନ୍ତିଶୃଙ୍ଖଳା ସହ ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

add-all

ଫୁଲବାଣୀ ୧୨/୦୩ : କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଶନିବାର ଶାନ୍ତିଶୃଙ୍ଖଳାର ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ପ୍ରାୟ ସମସ୍ତ ବ୍ଲକରେ ବିଜୁ ଜନତା ଦଳ ଅଧ୍ୟକ୍ଷ ପଦବୀ ହାତେଇଛି। ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ଭାବେ ଗୋଛାପଡ଼ା ସମିତି ସଭ୍ୟା ନମିତା କହଁର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାବେଳେ ସସ୍ମିତା କହଁର ଫୁଲବାଣୀ ବ୍ଲକ, ପିଙ୍କି କହଁର କୋଟଗଡ଼ ବ୍ଲକ, ବାସନ୍ତୀ ମାଝି ତୁମୁଡ଼ିବନ୍ଧ ବ୍ଲକ, ମିଷବତୀ ମଲିକ ବାଲିଗୁଡା ବ୍ଲକ, ବୈନେତ୍ରୀ କହଁର ଚକାପାଦ ବ୍ଲକ, ସୁଶାନ୍ତ ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ, ଅନିମା କହଁର ଖଜୁରୀପଡ଼ା ବ୍ଲକ, ଜି ଉଦୟଗିରି ବ୍ଲକରୁ ସୁଷମା ପ୍ରଧାନ, ପ୍ରୀତମ ଚନ୍ଦ୍ର ପ୍ରଧାନ ରାଇକିଆ ବ୍ଳକରୁ ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି |
ତେବେ ନୂଆଗାଁ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ସାଗରୀକା ପ୍ରଧାନ ଓ ସୁଲୋଚନା ଦଳ ବେହେରାଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲା। ସୁଲୋଚନା ଦଳ ବେହେରା ୧୦ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସାଗରୀକା ମାତ୍ର୪ଟି ଭୋଟ ପାଇ ପରାସ୍ତ ହୋଇଥିଲେ।ସେହିପରି ଟିକାବାଲି ବ୍ଲକରେ ମଧ୍ୟ ଦିଲ୍ଲିପ କହଁର ଓ ଲଳିତ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲା ଲଳିତ ୪ ଖଣ୍ଡ ଭୋଟ ପାଇଥିବାବେଳେ ଦିଲିପ କହଁର ୭ଟି ଭୋଟ ପାଇ ବିଜୟୀ ହୋଇଥିବା ନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।ତେବେ ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.