ଗୋମାଂସ ବୋଝେଇ କଣ୍ଟେନର ଅପହରଣ ମାମଲା: ୩ ଗିରଫ, କାର୍‌ ଜବତ

add-all

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟରୁ ଅପହରଣ ହୋଇଥିବା ଗୋମାଂସ ବୋଝେଇ କଣ୍ଟେନର ମାମଲାରେ ଆଜି ଇନ୍‌ଫୋଭ୍ୟାଲି ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଡୁମୁଡୁମାର ଚିନ୍ମୟ ସାମଲ ଓରଫ ରିଣ୍ଟୁ, ଜାଗମରା ତଳସାହିର ଲିଟୁନା ପାତ୍ର(୨୧) ଓ ତମାଣ୍ଡୋ ବିଜିପୁରର ଶଶିକାନ୍ତ ଶତପଥୀ(୩୪)।

ପୁଲିସ ସେମାନଙ୍କଠାରୁ ଅପହରଣରେ ବ୍ୟବହାର ହୋଇଥିବା ଗୋଟିଏ କାର୍‌ ଜବତ କରିଛି। ଏହି ମାମଲାରେ ଫେରାର୍ ଥିବା ଆଉ କିଛି ଯୁବକଙ୍କୁ ପୁଲିସ ଖୋଜୁଛି।

ସୂଚନା ମୁତାବକ, ଶନିବାର ରାତିରେ କୋଲକାତାରୁ ଗୋମାଂସ ପ୍ୟାକେଟ୍‌ ନେଇ ଏକ ଶୀତତାପ ନିୟନ୍ତ୍ରିତ କଣ୍ଟେନର ଚେନ୍ନାଇ ଯାଉଥିଲା। ଖଣ୍ଡଗିରିରୁ ପିଛା କରୁଥିବା ଅଭିଯୁକ୍ତମାନେ ତମାଣ୍ଡୋ ପାର୍ ହେବା ପରେ ଗାଡ଼ିକୁ ଅଟକାଇଥିଲେ। ସେମାନେ ଚାଳକକୁ ମାଡ଼ ମାରି ଗାଡ଼ିକୁ ମଦନପୁର ଆଡ଼କୁ ନେଇ ଯାଇଥିଲେ। ଗାଡ଼ିଟି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନିକଟରେ ପହଞ୍ଚିଥିବା ବେଳେ ଚାଳକ କୌଶଳକ୍ରମେ ଖସି ପଳାଇଥିଲା।

ad-week
Leave A Reply

Your email address will not be published.