ନୂଆ ବର୍ଥରେ ଲାଗିଲା ସର୍ବବୃହତ ଜାହାଜ ଷ୍ଟାର ଲାୟରା

add-all

ପାରାଦୀପ:ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦରରେ ସର୍ବବୃହତ ଜାହାଜ ଏମ୍‌.ଭି. ଷ୍ଟାର ଲାୟରା ଲାଗିଛି। ବନ୍ଦର ନିଷିଦ୍ଧାଞ୍ଚଳର ନୂତନ ଲୁହାପଥର ବୋଝେଇ ବର୍ଥରେ ଏହି ଜାହାଜ ଲାଗିଛି। ୨୯୨ ମିଟର ଲମ୍ବ ଓ ୪୫ ମିଟର ପ୍ରସ୍ଥ ଥିବା ଏହି ଜାହାଜରେ ୧ ଲକ୍ଷ ୪୧ ହଜାର ୨୦୦ ମେଟ୍ରିକ ଟନ୍‌ ଲୁହାପଥର ଗୁଣ୍ଡ ବୋଝେଇ ହେବ।

ଉକ୍ତ ପଣ୍ୟ ମହାରାଷ୍ଟ୍ର ଜୟିଗଡ ପୋର୍ଟରେ ଖଲାସ ହେବ। ଏହା ପୂର୍ବରୁ ଫେବୃୟାରୀ ୧୭ରେ ଏକ ବଡ଼ ଜାହାଜ ଏମ୍‌. ଭି. ମିନେରାଲ ଟେନସା ଲାଗିଥିଲା ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ପଣ୍ୟ ରପ୍ତାନିକାରୀ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ଆଣ୍ଡ କାର୍ଗୋ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.