ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ

add-all

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ନୟାଗଡ଼ ଜିଲା ରଣପୁର ଅଞ୍ଚଳରୁ ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ରମେଶ ଗିରଫ ହେବା ପରଠାରୁ ପପୁ ଫେରାର ଥିଲେ। ପୋଲିସ ଗିରଫ କରିବା ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି। ରମେଶଙ୍କ ଡ୍ରାଇଭର ତାଙ୍କର ମୁଖ୍ୟ ସହଯୋଗୀ ଥିଲେ।

ସୂଚନାଯୋଗ୍ୟ, ରମେଶ ନିଜକୁ ଡାକ୍ତର ପରିଚୟ ଦେଇ ୧୮ ଜଣ ମହିଳାଙ୍କୁ ବିବାହ କରିଥିଲେ। ଖାଲି ବିବାହ ନୁହେଁ, ଚାକିରି କରାଇ ଦେବାକୁ କହି ମଧ୍ୟ ରମେଶ ଅନେକ ଲୋକଙ୍କୁ ଠକିଛନ୍ତି। ବୁଧବାର ତାଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ରିପୋର୍ଟ ଆସିବା ପରେ ସବୁ ସତ ଜଣାପଡ଼ିବ।

ad-week
Leave A Reply

Your email address will not be published.