ହିନ୍ଦୁ ପର୍ବରେ ପରିବେଶ ଦ୍ୱାହି ଦେଇ ସାଂସ୍କୃତିକ ଆତଙ୍କବାଦ ପ୍ରସାର କରାଯାଉଛି: ମନ୍ତ୍ରୀ

add-all

ଭୋପାଳ: ପରିବେଶର ଦ୍ୱାହି ଦେଇ ଦେଶର ସାଂସ୍କୃତିକ ଆତଙ୍କବାଦକୁ ବିସ୍ତାର କରାଯାଉଛି। ଏମିତି ଏକ ସାଂଘାତିକ ଅଭିଯୋଗ ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଆଣିଛନ୍ତି। ହୋଲି ଅବସରେ ଜଳର ସୁରକ୍ଷା ନେଇ ଚାଲୁଥିବା ସଚେତନତା କ୍ୟାମ୍ପେନିଂ ଉପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ରଙ୍ଗର ପର୍ବ ହୋଲିରେ ଜଳର ସଂରକ୍ଷଣ ପାଇଁ ରଙ୍ଗ ନଖେଳିବାକୁ ବିଭିନ୍ନ ସଙ୍ଗଠନମାନେ କ୍ୟାମ୍ବେନିଂ କରୁଛନ୍ତି। ଏମିତି କାର୍ଯ୍ୟକ୍ରମ ଦେଶର ଯୁବପିଢ଼ିଙ୍କୁ ଭ୍ରମାତ୍କକ କରୁଛି ବୋଲି ସେ କହିଛନ୍ତି। ଭୋପାଳରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ବିଶ୍ୱାସ କହିଛନ୍ତି ଯେ, କେବଳ ହିନ୍ଦୁ ପର୍ବ ବେଳେ ପରିବେଶର ଦ୍ୱାହି ଦେଇ ଦେଶରା ସାଂସ୍କୃତି ଆତଙ୍କବାଦକୁ ପ୍ରସାର କରାଯାଉଛି।
ଏହା ହିନ୍ଦୁ ଧର୍ମ ପରେ ଆକ୍ରମଣ ସହ ସମାନ। ହିନ୍ଦୁ ପର୍ବରୁ ଯୁବପିଢ଼ି ଦୂରେଇ ରହିବା ପାଇଁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର। ହେଲେ ସେମାନଙ୍କ ଉଦ୍ଦେଶ୍ୟ ପୂରଣ ହେବନି। ହୋଲି ଖେଳିଲେ ଜଳ ଦୂଷିତ ହୋଇଯିବ ନାରା ମଧ୍ୟ କାମ ଦେବନି ବୋଲି ସେ କହିଛନ୍ତି। ଯେଉଁ ମାନେ ହୋଲିରେ ପାଣି ବଞ୍ଚାଅ ବୋଲି କହୁଛନ୍ତି ସେମାନେ ତାଙ୍କ କାର ସଫା କରିବାରେ ଅଧିକ ନଷ୍ଠ କରନ୍ତି।
ସେମାନେ ପ୍ରଥମେ ନିଜକୁ ଠିକ୍ କରିବା ଉଚିତ୍‌। କେବଳ ହିନ୍ଦୁ ପର୍ବରେ କାହିଁକି ଏମିତି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ବୋଲି ସେ ପ୍ରଶ୍ନ କରିଛନ୍ତି ଏଡି ଲୋକମାନେ ପରିବେଶ ନାମରେ ଆମ ସଂସ୍କୃତି ଉପରେ ଆକ୍ରମଣ କରୁଛନ୍ତି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.