ଫୁଲବାଣୀ : ଏକ ଦିବସୀୟ ଶ୍ରୀମଦ୍ ଭାଗବତ କଥା ଅନୁଷ୍ଠିତ

add-all

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହରିକଥା ଯୋଜନା ପକ୍ଷରୁ ଶ୍ରୀମଦ୍ ଭାଗବତ ମହାପୁରାଣ କଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ନଗର ର ମହିଳା ମାନେ ଏକ କଳସ ଶୋଭା ଜାତ୍ରା କରି ଥିଲେ,ପରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା ।
ଏଥିରେ କର୍ତ୍ତା ଭାବେ ଚୈତନ୍ୟ ବେହେରା ଓ ତାଙ୍କ ଧର୍ମପତ୍ନୀ ସୈଳବାଳା ବେହେରା ଉପସ୍ଥିତ ଥିଲେ, ସନ୍ଧ୍ୟାରେ ଭାଗବତ କଥା ଅନୁଷ୍ଠିତ ହୋଇଥିଲା, ଏଥିରେ କେନ୍ଦିୟ ମାର୍ଗଦର୍ଶକ ମଣ୍ଡଳୀ ର ସଦସ୍ୟ ତଥା ଜଲେଶପଟ୍ଟା ସ୍ଥିତ ସଂସ୍କୃତ ଗୁରୁକୁଳ କନ୍ୟାଶ୍ରମର ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରୀ ମହାରାଜ ଉପସ୍ଥିତ ରହି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ହରିକଥା ଶ୍ରବଣ କରାଇଥିଲେ, ଭଗବାନ ଶ୍ରୀକୃଷ୍ଣ ଙ୍କ ଆଧାରିତ ଏହି କାର୍ଯ୍ୟକ୍ରମ ରେ କୁନି କଳାକାର,ଲିପସିତା କହଁର,ଓ ମଧୁସ୍ମିତା କହଁର ଙ୍କୁ ଭଗବାନ ଶ୍ରୀକୃଷ୍ଣ ଙ୍କ ବେଶରେ ସଜ୍ଜିତ କରାଯାଇ ଥିଲା, ସୁସାନ୍ତ କୁମାର ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ମହାପାତ୍ର, ନନ୍ଦ, ଯୋସଦା,ଭୁମିକାରେ ଅଭିନୟ କରିଥିଲେ, ଅଭିନୟ ମାଧ୍ୟମରେ କଥା ଉପସ୍ଥାପନ କରିବା ଦୃଶ୍ୟ ଦେଖିବାକୁ ଅତ୍ୟନ୍ତ ଜୀବନ୍ତ ମନେ ହେଉଥିଲା ।
ଉପସ୍ଥିତ ଶ୍ରଦ୍ଧାଳୁ କୃଷ୍ଣ କଥାର ତାଳେ ତାଳେ ବିଭୋର ହେଉଥିବା ଦେଖି ବାକୁ ମିଳିଛି,ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ଧର୍ମ ପ୍ରସାର ବିଭାଗର ସଭାପତି ତଥା ଫିରିଙ୍ଗିଆ ହରିକଥା ଯୋଜନା ର ଅଭିଭାବକ ସୁରେନ୍ଦ୍ର କହଁର, ଜିଲ୍ଲା ଯୋଜନା ପ୍ରମୁଖ ରମେଶ ଚନ୍ଦ୍ର ପାଢି,ବରିଷ୍ଠ ଶିକ୍ଷା ବିତ୍ ରବିନ୍ଦ୍ର କୁମାର ସାହୁ, ଫିରିଙ୍ଗିଆ ଧର୍ମ ପ୍ରସାର ବିଭାଗ ପ୍ରଖଣ୍ଡ ସଭାପତି ରବିନ୍ଦ୍ର କୁମାର ବେହେରା, ସ୍ଥାନୀୟ ଶିଶୁ ମନ୍ଦିର ପ୍ରଧାନାଚାର୍ଯ ପ୍ରଦ୍ୟୁମ୍ନ କୁମାର ବିଶି, ହରିକଥା ଯୋଜନା ଫୁଲବାଣୀ ଅଞ୍ଚଳ ବ୍ୟାସ ସୁଶ୍ରୀ ଅଞ୍ଜଳି ଦେବି, ରାୟଗଡ଼ା ଅଞ୍ଚଳ କୋଲନରା ସଞ୍ଚ ବ୍ୟାସ ସୁଶ୍ରୀ ସକୁନ୍ତଳା ଦେବି , ରାୟଗଡ଼ା କଲ୍ୟାଣ ସିଂ ପୁର ସଞ୍ଚ ବ୍ୟାସ ସୁଶ୍ରୀ ସିବାନୀ ଦେବି ଫିରିଙ୍ଗିଆ ସଞ୍ଚ ବ୍ୟାସ ସୁଶ୍ରୀ ଅମନ୍ତି ଦେବି,ମାତୃ ସକ୍ତି ର ସାନ୍ତିଲତା କହଁର, ସତ୍ୟଭାମା ଦିଗାଲ ଙ୍କ ସମେତ ବହୁ ମହିଳା ପୁରୁଷ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.