ଶିକ୍ଷକଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର ଯାଞ୍ଚ ପାଇଁ ହାଇକୋର୍ଟରେ ମାମଲା

add-all

ବ୍ରହ୍ମପୁର,୧୮/୦୩: ଗଞ୍ଜାମ ଜିଲ୍ଲାର ଜାଲ୍ ସାର୍ଟିଫିକେଟ ରେ ଶିକ୍ଷକ ନିଯୁକ୍ତିକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ବର୍ତ୍ତମାନ ଜାଲ୍ ଭିନ୍ନକ୍ଷମ ଓ ଜାତିଗତ ପ୍ରମାଣପତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ଆସିକା ବିଇଓଙ୍କ ଅଧିନରେ କାର୍ଯ୍ୟରତ ଶିକ୍ଷକ ସଞ୍ଜୟ କୁମାର ସାହୁ ଓ ବୁଗୁଡା ବିଇଓଙ୍କ ଅଧିନରେ କାର୍ଯ୍ୟରତ ଶିକ୍ଷକ କମଳ ଲୋଚନ ପ୍ରଧାନଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର ଯାଞ୍ଚ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସପି,ଜିଲ୍ଲା ଶିକ୍ଷାଧିକାରୀ,ଗଞ୍ଜାମ, ସିଡିଏମଓ, ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପ୍ରକ୍ରିୟା ଶୀତଳତା ଯୋଗୁଁ ଉଚ୍ଚ ନ୍ୟାୟାଳୟରେ CRLMP-479/2022 ରେ ମାମଲା କରାଯାଇଛି। ଏଥିରେ ଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସପି,ଡିଜି ପୁଲିସ, ଡିଇଓ, ସିଡିଏମଓ, ଆସିକା ବିଇଓ ଓ ବୁଗୁଡା ବିଇଓଙ୍କୁ ପକ୍ଷଭୁକ୍ତ କରାଯାଇଥିବା ନେଇ ସୂଚନା ମିଳିଛି। ସମରଜିତ୍ ମହାନ୍ତିଙ୍କ ପକ୍ଷରୁ ଓକିଲ ସନ୍ତୋଷ କୁମାର ମହାନ୍ତି ମାମଲା ଦାୟର କରିଛନ୍ତି।

ad-week
Leave A Reply

Your email address will not be published.