ନକଲି ଡାକ୍ତରଙ୍କ ଗୁମର ଖୋଲିଲେ ପରିଚାରିକା

add-all

ଭୁବନେଶ୍ୱର : ଧୀରେ ଧୀରେ ଭୁଶୁଡୁଛି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅପରାଧିକ ସାମ୍ରାଜ୍ୟ। ରମେଶ ଠକେଇ ସିଣ୍ଡିକେଟ୍‍ରେ ସମ୍ପୃକ୍ତି ଥିବା ଗାଡ଼ିଚାଳକ ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁ ଗିରଫ ପରେ ଆଜି ରମେଶର ସେବୀକା ଗୀତାଙ୍କୁ ଠାବ କରିଛି କମିସନରେଟ ପୁଲିସ। ଗୀତା ରମେଶ ପାଖରେ ଦୀର୍ଘ ବର୍ଷ ଧରି କାମ କରୁଥିଲା। ଏକାଧିକ ମହିଳାଙ୍କୁ ଵିଵାହ ଓ ଠକେଇ ବାବଦରେ ଗୀତ ଜାଣି ଥିବା ସୂଚନା ରହିଛି। ଠକେଇର ଶିକାର ହୋଇଥିବା ମହିଳାଙ୍କୁ ରମେଶଙ୍କ ବାବଦରେ ଗୀତା ତଥ୍ୟ ଦେଇଥିଲେ। ତେବେ ସେବିକା ଗୀତା ଠାରୁ ରମେଶ ସମ୍ବନ୍ଧୀୟ ଅଧିକ ତଥ୍ୟ ଖୋଜୁଛି ପୁଲିସ।

ଗତକାଲି ନୟାଗଡ଼ ଜିଲ୍ଲା ରଣପୁରରୁ ରମେଶର ଡ୍ରାଇଭରକୁ ଗିରଫ କରିଛି ମହିଳା ଥାନା ପୁଲିସ। ଗିରଫ ଗାଡ଼ିଚାଳକ ହେଲେ ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁ। ସେ ରମେଶ ଠକେଇ ସିଣ୍ଡିକେଟ୍‍ରେ ଆଉ ଜଣେ ମୁଖ୍ୟ କାର୍ପଟଦାର ଥିଲେ ବୋଲି ପୁଲିସ କହିଛି। ରମେଶ ଗିରଫ ହେବା ପରେ ସେ ଫେରାର୍‍ ହେବା ସହ ଆତ୍ମଗୋପନ କରିଥିଲେ। ପ୍ରାୟ ଗୋଟିଏ ମାସ ପପୁ ଲୁଚକାଳି ଖୋଳିବା ପରେ ପୁଲିସ ହାତରେ ଧରାପଡ଼ିଛନ୍ତି। ସେହିପରି ପପୁ ରମେଶଙ୍କ ଗାଡ଼ି ଚାଳକ ସମେତ ଠକେଇ ସାମ୍ରାଜ୍ୟର ମୁଖ୍ୟ ଖଳନାୟକ ରହିଥିବା ପୁଲିସ କହିଛି। ତେଣୁ ପପୁଙ୍କୁ ରିମାଣ୍ଡରେ ଆଣି ଜେରା କରିବା ଲାଗି କୋର୍ଟରେ ଆବେଦନ କରାଯିବ ବୋଲି ସ୍ପେଶାଲ ସ୍କ୍ୱାଡ୍‍ ଏସିପି ସଞ୍ଜିବ ଶତପଥୀ ସୂଚନା ଦେଇଛନ୍ତି।ପପୁଙ୍କୁ ତଦନ୍ତକାରୀ ଟିମ୍‍ ଆଜି ପଚରାଉଚରା ପରେ ସେ ରମେଶଙ୍କ ଗୁମର ପୁଲିସ ଆଗରେ ଉଗାରି ଦେଇଛି। ଆଉ ରମେଶ କିଭଳି ମାୟାଜାଲ ବିଛାଇ ଗୋଟିଏ ପରେ ଗୋଟିଏ ବିବାହ କରି ମହିଳାଙ୍କୁ ଠକେଇ କରୁଥିଲେ; ଏସବୁ ସମ୍ୱନ୍ଧୀୟ ତଥ୍ୟଗୁଡ଼ିକୁ ପୁଲିସ ଆଗରେ ପପୁ କହିଛି। ଆଉ କିଛି ତଥ୍ୟ ହାତେଇବାକୁ ପପୁ ଏବଂ ରମେଶକୁ ୫ଦିନିଆ ରିମାଣ୍ଡରେ ଆଣିବା ଲାଗି ଯୋଜନା କରାଯାଉଛି। ଏହି ଦୁଇ ଜଣ ରିମାଣ୍ଡରେ ଆସିବା ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରିବ ତଦନ୍ତକାରୀ ଟିମ୍‍।

ସେପଟେ ରମେଶଙ୍କ ବୁଧବାର ମିଛଧରା ପରୀକ୍ଷା କରାଯାଇଥିଲା। ପ୍ରାୟ ସାଢ଼େ ୫ ଘଣ୍ଟାରେ ୧୧୧ଟି ପ୍ରଶ୍ନର ଉତ୍ତର ଦେଇଥିଲା ରମେଶ। ତେବେ ଆସନ୍ତା ଦୁଇଦିନ ମଧ୍ୟରେ ମିଛଧରା ପରୀକ୍ଷାର ରିପୋର୍ଟ ଆସିବା ପରେ ଅନେକ କଥା ସ୍ପଷ୍ଟ ହେବ। ସେହିପରି ଦୁଇ ଦିନ ଧରି ରମେଶଙ୍କ ପ୍ରଥମ ପତ୍ନୀ ଶାନ୍ତିଲତାଙ୍କୁ ଜେରା କରିଥିଲା ‘ପିଙ୍କ୍‍ ଟିମ୍‍’। ତାଙ୍କ ଠାରୁ ବି କିଛି ତଥ୍ୟ ହାସଲ କରିଛି ତଦନ୍ତକାରୀ ଟିମ୍‍।ଅନ୍ୟପଟେ ପୂର୍ବରୁ ରମେଶଙ୍କ ଭଉଣୀ ରଶ୍ମିତାଙ୍କୁ ପୁଲିସ ଜେରା କରିଥିଲା। ତେବେ ଏହି ଠକେଇ ସିଣ୍ଡିକେଟ୍‍ରେ ରମେଶଙ୍କ ଭିଣୋଇ, ଦ୍ୱିତୀୟ ପତ୍ନୀ ଏବଂ ପୁଅ ଫେରାର୍‍ ଅଛନ୍ତି। ସେମାନଙ୍କୁ କାବୁ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ସେଭଳି ଗିରଫ ହୋଇଥିବା ରମେଶ, ତାଙ୍କ ଭଉଣୀ ଏବଂ ଗାଡ଼ି ଚାଳକ ଠାରୁ ମିଳିଥିବା ତଥ୍ୟକୁ ନେଇ ତଦନ୍ତକୁ ଅଗ୍ରଗତି କରୁଛି ତଦନ୍ତକାରୀ ଟିମ୍‍।

ad-week
Leave A Reply

Your email address will not be published.