ଖରସ୍ରୋତା ନଦୀରେ ବୁଡି ୬ ଜଣ ନିଖୋଜ ଘଟଣା : ୫ ମୃତଦେହ ଉଦ୍ଧାର

add-all

ଯାଜପୁର: ଯାଜପୁର ଜିଲ୍ଲା ଖରସ୍ରୋତା ନଦୀକୁ ଶୁକ୍ରବାର ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ୬ ଜଣ ନିଖୋଜ ହୋଇଥିଲେ। ଖବର ପାଇ ଅଗ୍ନିଶମ, ଓଡ୍ରାଫ ବାହିନୀ ମିଳିତ ଭାବେ ନଦୀରେ ଗତ ୨ ଦିନ ଧରି ଖୋଜାଖୋଜି ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶୁକ୍ରବାର ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଶନିବାର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଶନିବାର ସକାଳେ ଓଡ୍ରାଫ ଟିମ୍ ଖୋଜାଖୋଜି କରି କ୍ରିଷ୍ଣା ଜେନାଙ୍କ ମୃତଦେହ ଉଦ୍ଧାର କରିଥିଲା। ସେହିପରି ରାତିରେ ସ୍ଥାନୀୟ ବନ୍ଧମୁଣ୍ଡା ଅଞ୍ଚଳର ରଶ୍ମିରଞ୍ଜନ ଯେନାଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ଏବେ ବି ଆଉ ଜଣେ ଛାତ୍ର ନିଖୋଜ ଅଛନ୍ତି।

ସୂଚନାଯୋଗ୍ୟ ଯେ ଶୁକ୍ରବାର ହୋଲି ଖେଳି ସାରି ଯାଜପୁର ଜିଲ୍ଲା ବନ୍ଧମୁଣ୍ଡା ନିକଟ ଖରସ୍ରୋତା ନଦୀକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ୭ ଜଣ ବୁଡି ଯାଇ ନିଖୋଜ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବନ୍ଧମୁଣ୍ଡା ଅଞ୍ଚଳର ଯଯାତି ମିଶ୍ର ଜୀବିତ ଅବସ୍ଥା ଉଦ୍ଧାର ହୋଇ ଥିବା ବେଳେ ୬ ଜଣ ନିଖୋଜ ଥିଲେ।

ad-week
Leave A Reply

Your email address will not be published.