ଫଲଗୁ ସାହିତ୍ୟ ସଂସଦ ର ବସନ୍ତ ଉତ୍ସବ…

add-all

ବ୍ରହ୍ମପୁର : ସ୍ଥାନୀୟ କେ ସି ପବ୍ଲିକ ସ୍କୁଲ ପରିସର ସମ୍ମିଳନୀ କକ୍ଷରେ ଫଲଗୁ ସାହିତ୍ୟ ସଂସଦ ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବସନ୍ତ ଉତ୍ସବ ମୁଖ୍ୟ ଅତିଥି ଜଷ୍ଟିସ ଅବନୀ ରଞ୍ଜନ ଦାସ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ମେଜର ରମା ରମଣ ପାଢ଼ୀ ଯୋଗ ଦେଇ ଥିଲେ। ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ଦିଗରେ ଗୁଣାତ୍ମକ ସାହିତ୍ୟ ରଚନା ପାଇଁ ସାହିତ୍ୟିକ ମାନେ ବ୍ରତୀ ହେବା ପାଇଁ ପ୍ରଫେସର ପାଢ଼ୀ ଆହ୍ବାନ ଦେଇଛନ୍ତି। ସଂପ୍ରତି ଯୁବ ସମାଜ ସାହିତ୍ୟ ଓ ସଂସ୍କୃତି ଠାରୁ ଦୂରେଇ ଆଧୁନିକ ଜୀବନ ଶୈଳୀ ରେ ଯେଉଁ ସୁଖ ଖୋଜୁଛନ୍ତି ଏହା ସେମାନଙ୍କୁ ଶାନ୍ତି ଦେବ ନାହିଁ ବରଂ ବାସ୍ତବ ଧର୍ମୀ ସାହିତ୍ୟ ସେମାନଙ୍କ ପାଇଁ ଜୀବନ ମାନ ନିର୍ଦ୍ଧାରଣ ରେ ସକ୍ଷମ ବୋଲି ମୁଖ୍ୟ ଅତିଥି ଜଷ୍ଟିସ ଅବନୀ ରଞ୍ଜନ ଦାଶ ନିଜ ବକ୍ତବ୍ୟ ରେ କହିଥିଲେ । ସାଧାରଣ ସମ୍ପାଦକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଫଲଗୁ ସାହିତ୍ୟ ସଂସଦ ବିବରଣୀ ପାଠ କରି ଥିଲେ ଏହା ସହ ଯୁବ ସମାଜ ଙ୍କ ନିକଟରେ ଫଲଗୁ ପହଞ୍ଚି ସେମାନଙ୍କ ସାହିତ୍ୟ ପ୍ରତିଭା ଉନ୍ମୋଚନ କରି ନୂତନ ପିଢ଼ି ସାହିତ୍ୟିକ ସୃଷ୍ଟି କରିବା ପାଇଁ ପ୍ରୟାସ କରିବ ବୋଲି ଡାକ୍ତର ତ୍ରିପାଠୀ କହିଥିଲେ। ଫଲଗୁ ସାହିତ୍ୟ ସଂସଦ ର ଉପଦେଷ୍ଟା ପ୍ରଫେସର ବ୍ରଜ ମୋହନ ଶାସାମଲ ଙ୍କ ରଚିତ ଏକ ଓଡ଼ିଆ ଶିଶୁ କବିତା ସଂକଳନ ଜହ୍ନି ଫୁଲ ଠୋ ଠା ଏବଂ ବିଦେଶ ଭ୍ରମଣ କାହାଣୀ ଅନୁଭୂତି ରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶ ଭ୍ରମଣ କାହାଣୀ ଉନ୍ମୋଚନ କରାଯାଇଥିଲା। ସଂସଦ ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଫଲଗୁ ସାହିତ୍ୟ ସଂସଦ ର ସଦସ୍ୟ ଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ଉନ୍ନତି ପାଇଁ ସାହିତ୍ୟିକ ମାନେ ବ୍ରତୀ ରହି ସାମାଜିକ ଜୀବନ ରେ ଘଟି ଯାଉଥିବା ଘଟଣା ସମୁହ କୁ ଲେଖନୀ ଚାଳନା ମାଧ୍ୟମ ରେ ଫୁଟେଇବା ପାଇଁ ଯତ୍ନଶୀଳ ହୁଅନ୍ତୁ। ଓଡ଼ିଆ ଭାଷା ସାହିତ୍ୟ ଉନ୍ନତି ପାଇଁ ଫଲଗୁ ଚାରି ଦଶନ୍ଧି ଧରି ଯେଉଁ ପ୍ରୟାସ କରି ଆସୁଚି ଏହା ବିରଳ। ଅନେକ ପ୍ରତିଭା ଙ୍କ ପାଇଁ ଫଲଗୁ ପରିଚୟ ଦେଇ ନିଜସ୍ୱ ପରିଚୟ ସୃଷ୍ଟି କରି ପାରିଛି ବୋଲି ପ୍ରଫେସର ଚୌଧୁରୀ କହିଥିଲେ। ଅମିତା ମିଶ୍ର ଡ ସନ୍ତୋଷ କୁମାର ଦାଶ ଭରତ ପଣ୍ଡା ହାଡି ବନ୍ଧୁ ମାଳି ଅବନୀ ରଞ୍ଜନ ଦାସ ସୁଖେନ୍ଦୁ ଦାସ ଡ ବନମାଳୀ ପାଣିଗ୍ରାହୀ ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ସୂଚନା ପାଢ଼ୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ପଦ୍ମିନୀ ମିଶ୍ର ଇ ଆଶୁତୋଷ ପାତ୍ର ସୁରେଶ ଚନ୍ଦ୍ର ମହାପାତ୍ର ତ୍ରିନାଥ ନାୟକ ଶରତ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀ ପଲ୍ଲବ ଧାନ୍ୟବଦ ଦେଇଥିଲେ।

ad-week
Leave A Reply

Your email address will not be published.