ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ…

add-all

ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ସାଇତିଙ୍ଗିଆ ନିକଟରେ ଏକ ଟ୍ରାକକ୍ଟର ଗଛରେ ପିଟିହେବା ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ପୋଲିସର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ସାଇତିଙ୍ଗିଆ ଠାରୁ ମାଗମୁଣ୍ଡା ପଟକୁ ଯାଉଥିବା ଏକ ଟ୍ରାକ୍ଟର ମାଗମୁଣ୍ଡା ଘାଟି ରାସ୍ତାର ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ବାଡେଇ ହୋଇଯିବା ଫଳରେ ଟ୍ରାକ୍ଟରଟି ଓଲଟି ପଡିଥିବା ବେଳେ ଟ୍ରାକ୍ଟର ତଳେ ଚାଳକ ଜଣକ ଚାପି ହୋଇ ଯାଇଥିଲେ । ଖବର ପାଇଁ ଫିରିଙ୍ଗିଆ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଟ୍ରାକ୍ଟର ତଳେ ଚାପି ହୋଇ ଥିବା ଚାଲାକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଫିରିଙ୍ଗିଆ ମେଡିକାଲ ରେ ଭର୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଚାଲାକଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ ଚାଳକ ଜଣକ ମଗମୁଣ୍ଡା ଗାଁର ଦୁଃଶାସନ କହଁରଙ୍କ ପୁଅ ଅଲେଖ ଚନ୍ଦ୍ର କହଁର ବୋଲି ଜଣାପଡ଼ିଥିବା ବେଳେ ଫିରିଙ୍ଗିଆ ପୋଲିସ ଏହି ଘଟଣାକୁ ନେଇ 40/2022 ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ କହିଛନ୍ତି ।

ad-week
Leave A Reply

Your email address will not be published.