କୋଟିଆ ପ୍ରସଙ୍ଗ: ଆନ୍ଧ୍ରପ୍ରଦେଶର ରିଟ୍ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ: ଆଜି କୋଟିଆ ପ୍ରସଙ୍ଗରେ ଓଡିଶାକୁ ବଡ ଆଶ୍ଵସ୍ତି ମିଳିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଓଡିଶାର କୋଟିଆ ଗ୍ରାମପୁଞ୍ଜକୁ ନିଜର ବୋଲି ଆନ୍ଧ୍ର ଦାବି କରୁଥିଲା। ଏନେଇ ଓଡିଶା ଏବଂ ଆନ୍ଧ୍ର ମାଧ୍ୟରେ ବିବାଦ ଦେଖାଦେଇଥିଲା।

ତେଣୁ କୋଟିଆ ଗ୍ରାମପୁଞ୍ଜକୁ ନିଜ ରାଜ୍ୟର ଦାବି କରି ସୁପ୍ରିମକୋର୍ଟରେ ଆନ୍ଧ୍ର ଏକ ରିଟ ପିଟିସନ ଦାଖଲ କରିଥିଲା। ଯାହାରା ଶୁଣାଣି ଆଜି ସୁପ୍ରିମକୋର୍ଟରେ କରାଯାଇଥିଲା। ଆନ୍ଧ୍ରର ଦାବିକୁ ସୁପ୍ରିମକୋର୍ଟରେ ଓଡିଶା ଓକିଲ କଡା ଜବାବ ଦେଇଥିଲେ। ଯାହା ପରେ ଆନ୍ଧ୍ରପ୍ରଦେଶର ରିଟ୍ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।

ad-week
Leave A Reply

Your email address will not be published.