୧୧ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

add-all

ବୈପାରିଗୁଡା: କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ସ୍ଥିତ ଆଶ୍ରମ ସ୍କୁଲର ୧୧ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗତ ସୋମବାର ଦିନ ସକାଳୁ ଦୁଇ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା।

ଆଜି ଆଉ ନଅ ଜଣକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଜଣକୁ ସାଲାଇନ ଦିଆଯାଉଥିବା ଡାକ୍ତର ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି, ରବିବାର ଦିନ ପିଲାଙ୍କୁ ଚିକେନ ଖାଇବାକୁ ଦିଆଯାଇଥିଲା। ବିଦ୍ୟାଳୟ ପାଇଁ ପାଣିର ବ୍ୟବସ୍ଥା ରହିଥିଲେ ମଧ୍ୟ ଦୁଇ ଦିନ ତଳେ ମୋଟର ଖରାପ ହୋଇଯାଇଥିବାରୁ ପିଲାଙ୍କୁ ପିଇବା ପାଣି ମିଳୁନଥିବା ଯୋଗୁଁ ବାହାର ପାଣି ବ୍ୟବହାର କରୁଥିବା ନେଇ ଛାତ୍ରମାନେ ପ୍ରକାଶ କରିଥିଲେ।

ଡାକ୍ତରୀଦଳ ତୁରନ୍ତ ଆଶ୍ରମ ସ୍କୁଲକୁ ଯାଇ ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ ବୋଲି ପ୍ରଧାନଶିକ୍ଷକ ଏବଂ ଡବ୍ଲୁଇଓ ଶୁଞ୍ଜାନ ରଂଜନ ଜାଲା ପ୍ରକାଶ କରିଛନ୍ତି ଏବଂ ଯଥାଶୀଘ୍ର ପାନୀୟ ଜଳର ସୁବିଧା କରାଯିବ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.